ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ସମୁଦ୍ରରେ ବୁଡି ଗଲା ୬,୫୫୧ ଟନ ଓଜନର ଜାହାଜ ‘ଜିନ ତିୟାନ’, ୬ ଚୀନ ନାଗରିକ ମୃତ, ଜାଣନ୍ତୁ ପୂରା ମାମଲା

26/01/2023 at 10:18 PM

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଏବଂ ଜାପାନ ମଧ୍ୟରେ ସମୁଦ୍ରରେ ବୁଧବାର ଏକ ମାଲବାହୀ ଜାହାଜ ବୁଡ଼ିବା ମାମଲା ସାମନାକୁ ଆସିଥିଲା । ଏହି ଦୁର୍ଘଟଣାରେ ଚାଳକ ଦଳ ସହ ଆଠ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଚାଳକ ଦଳର ମୃତ ସଦସ୍ୟଙ୍କ ମଧ୍ୟରୁ ଛଅ ଜଣ ଚୀନ ନାଗରିକ ହୋଇଥିବା ଜଣାପଡିଛି । ଜାପାନ ମିଡିଆ ରିପୋର୍ଟ ଅନୁସାରେ,ଏହି ଦୁର୍ଘଟଣା ଜାପାନର ନାଗାଶାକି ପ୍ରାନ୍ତରୁ ଦୂରରେ ଥିବା ପୂର୍ବ ଚୀନ ସାଗରରେ ହୋଇଛି । ଏହା ପୂର୍ବରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା କାର୍ଗୋ ଜାହାଜରେ ୨୨ ଜଣ ଥିଲେ ଏବଂ ୧୪ ଜଣଙ୍କୁ ବାହାର କରାଯାଇଥିଲା । ଏଥିରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।  

ରିପୋର୍ଟ ଅନୁସାରେ, ୬୫୫୧ ଟନ ଓଜନର ମାଲବାହୀ ଜାହାଜ ଜିନ ତିୟାନ ହଂକଂରେ ପଞ୍ଜିକୃତ ଥିଲା । ଏହି ଜାହାଜରେ ଯାତ୍ରା କରୁଥିବା ୨୨ ଜଣଙ୍କ ମଧ୍ୟରୁ ୧୪ ଜଣ ଚୀନ ନାଗରିକ ଥିଲେ ଅନ୍ୟ ୮ ଜଣ ମିଆଁମାର ହୋଇଥିବା କୁହାଯାଉଛି । ଏହି ଜାହାଜ କାଠ ନେଇ ମାଲେସିଆରୁ ଦ.କୋରିଆର ଇଞ୍ଚିୟୋନ ଯାତ୍ରା କରୁଥିଲା । ତେବେ ବର୍ତ୍ତମାନ ସୁଦ୍ଧା କାହାକୁ ବି ହସ୍ପିଟାଲରେ ଭର୍ତ୍ତି କରାଯାଇ ନାହିଁ, କିନ୍ତୁ ସେମାନଙ୍କ ଦେଶ ସହ ଏ ବିଷୟରେ ଆଲୋଚନା କରାଯାଇଛି ।

କ୍ୱୋଡୋ ନ୍ୟୁଜ ଏଜେନ୍ସି ଆନୁସାରେ, ଜାହାଜ ପୂର୍ବ ଚୀନ ସାଗରରେ ଜାପାନର ଦାଞ୍ଜୋ ଦ୍ୱୀପ ସମୁହରୁ ପ୍ରାୟ ୧୧୦ କିଲୋମିଟର ପଶ୍ଚିମରେ ରାତି ପ୍ରାୟ ୧୧:୧୫ରେ ଜରୁରିକାଳୀନ ସଂକଟର ସୂଚନା ଦେଇଥିଲା । ଜାହାଜ ସହାୟତା ଲୋଡିବା ସମୟରେ ସମ୍ପୃକ୍ତ ଅଞ୍ଚଳରେ ବତ୍ୟା ନେଇ ଚେତାବନୀ ଜାରି କରାଯାଇଥିଲା ।   

   Related Posts