କୋଲକାତାରେ ଫସିଛନ୍ତି ଯାଜପୁର, କେନ୍ଦ୍ରପଡ଼ା ଓ ବାଲେଶ୍ବରର ୮ ଜଣ ଓଡ଼ିଆ, ଫଟୋ ପଠାଇ ଉଦ୍ଧାର ପାଇଁ କଲେ ନିବେଦନ

Published By : Prameya-News7 Bureau | March 25, 2020 IST

ଭୁବନେଶ୍ବର୨୫/୪: କୋଲକାତ ନ୍ୟୁଅଲ୍ଲୀପୁରରେ ଫଶି ରହିଛନ୍ତି ୮ ଜଣ ଓଡ଼ିଆ। ଓଡ଼ିଶା ଫେରିବା ନେଇ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ନିବେଦନ କରିଛନ୍ତି। ସେଠାରେ ଦୋକାନ ଏବଂ ବଜାର ବନ୍ଦ ଯୋଗୁଁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଥିବା ଏହି ୮ ଜଣ ଓଡ଼ିଆ କହିଛନ୍ତି। କରୋନା ଭାଇରସ୍‌ ଯୋଗୁଁ ପୂରା ଦେଶରେ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି। ଏପରି କି ଓଡ଼ିଶାର ଅନେକ ଲୋକ ବାହାର ରାଜ୍ୟରେ ମଧ୍ୟ ଫସି ରହିଛନ୍ତି। ସେହିପରି ଯାଜପୁର ଏବଂ କେନ୍ଦ୍ରପଡ଼ା ସମେତ ବାଲେଶ୍ବର  ଜିଲ୍ଲାର ୮ ଜଣ ଓଡ଼ିଆ  କୋଲକାତାର ନ୍ୟୁଅଲ୍ଲୀପୁରରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଛୋଟ ପିଲା ମଧ୍ୟ ରହିଛି।

ଯାଜପୁର ଦଶରପୁର ବ୍ଲକ ଅନ୍ତର୍ଗତ ଛଞ୍ଚିଣା ଗ୍ରାମର ଦୁଇ ମଧ୍ୟ ନ୍ୟୁଅଲ୍ଲୀପୁରରେ ଫସି ରହିଛନ୍ତି। ଗୋଟିଏ ପରିବାରର ମାଆ-ପୁଅ ମଧ୍ୟ ଫସି ରହିଛନ୍ତି। ଲକଡାଉନ୍ ଯୋଗୁଁ ସେଠାରେ ସେମାନେ ବହୁ କଷ୍ଟରେ ଦିନ କାଟୁଥିବା ଛଞ୍ଚିଣାଗ୍ରାମର ପ୍ରସନ୍ନଜିତ ମହାପାତ୍ର କହିଛନ୍ତି। ସେମାନେ ଓଡ଼ିଶାକୁ ଫେରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.