ବିଶାଖାପାଟନମ୍ ଗ୍ୟାସ୍ ଲିକ୍ : ପରିସ୍ଥିତି ସଙ୍ଗୀନ, ୮ ଜଣଙ୍କ ମୃତ୍ୟୁ, ୫ ହଜାରରୁ ଅଧିକ ଅସୁସ୍ଥ

Published By : Prameya-News7 Bureau | May 07, 2020 IST

ବିଶାଖାପାଟନମ୍ ୭।୫ : ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ବିଶାଖା ଏଲଜି ପଲିମର କମ୍ପାନୀରୁ ଗ୍ୟାସ୍ ଲିକ୍ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୫ ହଜାର ଲୋକ ଏହି ଗ୍ୟାସ୍ ଯୋଗୁଁ ଅସୁସ୍ଥ ହୋଇଛନ୍ତି । ଗୁରୁବାର ଭୋର ୩ଟା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହାକୁ ନେଇ ସାରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ପ୍ରଶାସନ ଏବଂ ନୌସେନା କାରଖାନା ନିକଟ ଗ୍ରାମଗୁଡିକୁ ସ୍ଥାନାନ୍ତର କରିବାରେ ଲାଗିଛନ୍ତି ।

{"id":265920,"sizeSlug":"large"}

ସୂଚନାଯୋଗ୍ୟ ଯେ, ବିଶାଖାପାଟନମ୍ ନାଇଡୁକୋଟା ଅଞ୍ଚଳ ଆର.ଆର. ଭେଙ୍କଟାପୁରମ୍‌ରେ ଥିବା ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି । ଏହି ବିଷାକ୍ତ ଗ୍ୟାସ୍ ଯୋଗୁଁ କାରଖାନାର ପ୍ରାୟ ତିନି କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଥିବା ୫ଟି ଗାଁକୁ ଖାଲି କରାଯାଇଛି ।

{"id":265922,"sizeSlug":"large"}

ଗ୍ୟାସ୍ ଲିକ୍ ଯୋଗୁଁ ୫ଜଣଙ୍କର ମୃତ୍ୟୁ ହେବା ସହ ୨୦ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ବରିଷ୍ଠ ନାଗରିକ ଥିବାବେଳେ ଜଣେ ୮ବର୍ଷର ଶିଶୁ ଅଛନ୍ତି । ପ୍ରାୟ ୫ ହଜାର ଲୋକ ଅସୁସ୍ଥ ହୋଇପଡିଛନ୍ତି । ଲୋକଙ୍କ ମୁଣ୍ଡବିନ୍ଧା, ବାନ୍ତି ଏବଂ ନିଶ୍ବାସ ନେବାରେ ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ।

wp:html /wp:html

ତେବେ ଗ୍ୟାସ୍ ଲିକ୍ ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ବର୍ତ୍ତମାନ ବିଶାଖାପାଟନମ୍ ଜିଲ୍ଲା ମାଜିଷ୍ଟ୍ରେଟ୍ ଭି ବିନୟ ଚାନ୍ଦ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ୍ ଜଗନମୋହନ ରେଡ୍ଡୀ ମଧ୍ୟ ସହର ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

{"id":265921,"sizeSlug":"large"}

ଏଲଜି ପଲିମର ଇଣ୍ଡଷ୍ଟ୍ରି ୧୯୬୧ମସିହାରେ ହିନ୍ଦୁସ୍ତାନ ପଲିମର ନାମରେ ପ୍ରତିଷ୍ଠା କରାଯାଇଥିଲା । କମ୍ପାନୀ ପଲିଷ୍ଟାଇରନ୍ ଏବଂ ଏହାର କୋ-ପଲିମର ଉତ୍ପାଦନ କରେ । ୧୯୭୮ରେ ୟୁବି ଗ୍ରୁପର ମ୍ୟାକଡୋୱାଲ୍ ଆଣ୍ଡ କମ୍ପାନୀ ଲିମିଟେଡ୍ ସହିତ ହିନ୍ଦୁସ୍ତାନ ପଲିମର ମିଶିଯାଇଥିଲା । ଏହାପରେ ଏହା ଏଲଜି ପଲିମର ଇଣ୍ଡଷ୍ଟ୍ରିରେ ପରିଣତ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.