ବିଦ୍ୟୁତ୍ ତାରକୁ ପାଟିରେ ଭର୍ତ୍ତି କରିଦେଲା ୮ମାସର ଶିଶୁ, ମେଡିକାଲରେ ମୃତ୍ୟୁ
26/02/2020 at 8:43 AM

ନୂଆପଡା ୨୬।୨: ବିଦ୍ୟୁତ ଆଘାତ ଲାଗି ୮ ମାସର ଶିଶୁର ମୃତ୍ୟୁ ହୋଇଛି । ବିଦ୍ୟୁତ ତାରକୁ ଶିଶୁଟି ପାଟିରେ ଭର୍ତ୍ତି କରି ଦେଇଥିଲା । ଫଳରେ ବିଦ୍ୟୁତ ଆଘାତ ଲାଗିଥିଲା । ନୂଆପଡା ଜିଲ୍ଲା କୋମନା ଥାନା କଣ୍ଡେତରା ଗାଁରେ ଘଟିଛି ଏଭଳି ଅଘଟଣ ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା କୋମନା ଥାନା କଣ୍ଡେତରା ଗାଁର ପ୍ରଶାନ୍ତ ସତନାମୀଙ୍କ ସ୍ତ୍ରୀ ଭୂମିକା ସତନାମୀ ଟେଲର ମେସିନ ଚଳାଉଥିଲେ । ବିଦ୍ୟୁତ ସାହାଯ୍ୟରେ ଟେଲର ମେସିନ ଚଳାଉଥିଲେ ଭୂମିକା । ସେହି ସମୟରେ ତାଙ୍କର ୮ମାସର ପୁଅ କୁନାଲ ସତନାମୀ ତଳେ ଖେଳୁଥିଲା । ଶିଶୁଟି ତଳେ ପଡିଥିବା ବିଦ୍ୟୁତ ତାରକୁ ପାଟିରେ ଭର୍ତ୍ତି କରି ଦେଇଥିଲା । ଫଳରେ ବିଦ୍ୟୁତ ଆଘାତ ଲାଗି ଶିଶୁଟିର ମୃତ୍ୟୁ ହୋଇଛି ।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023