୮ ମାସର ଝିଅର ଓଜନ ୧୭ କେଜି, ଚିନ୍ତାରେ ଡାକ୍ତର; ଦେହରେ ପଶୁନି ସିରିଞ୍ଜ ,୧୦ବର୍ଷ ବୟସ୍କ ପିଲାଙ୍କଠୁ ବି ଖାଉଛି ଅଧିକ

Published By : Prameya-News7 Bureau | October 26, 2018 IST

ପଞ୍ଜାବ ୨୬/୧୦ : ପଞ୍ଜାବର ଜଣେ ୮ ମାସର ଶିଶୁ କନ୍ୟାର ଓଜନ ୧୭ କେଜି | ଅତ୍ୟଧିକ ଓଜନ ଯୋଗୁଁ ତାଙ୍କ ପରିବାରଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | ଏହି ଶିଶୁ କନ୍ୟାର ନାଁ ଚାହତ କୁମାର | ତେବେ ଚାହତ ତାଙ୍କ ବୟସର ଅନ୍ୟାନ୍ୟ ଶିଶୁଙ୍କ ଠାରୁ ପ୍ରଚୁର ଅଧିକ ଖାଆନ୍ତି | ଗୋଟିଏ ୧୦ ବର୍ଷର ଛୁଆ ଯେତିକି ଖାଏ ଚାହତର ଖାଇବା ତାଠାରୁ ବି ଅଧିକ  | ମୋଟା ଚର୍ମ ଯୋଗୁଁ ଚାହତର ଶିରା ପ୍ରଶିରା ଦେଖାଯାଉନଥିବା ଯୋଗୁଁ, ତାଙ୍କ ଦେହରେ ସିରିଞ୍ଜ ମଧ୍ୟ ପଶୁନି | ଯେଉଁଥିପାଇଁ ଡାକ୍ତରମାନେ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି | ଡାକ୍ତରମାନେ ଚାହତର ରକ୍ତ ପରୀକ୍ଷା ମଧ୍ୟ କରିପାରୁନାହାନ୍ତି | ରକ୍ତ ପରୀକ୍ଷା କରିପାରୁନଥିବା ଯୋଗୁଁ ଓଜନ ବଢିବାର ପ୍ରକୃତ କାରଣ ଜାଣିବାରେ ଅକ୍ଷମ ହୋଇଛନ୍ତି ଡାକ୍ତର | ଅତ୍ୟଧିକ ଓଜନ ଯୋଗୁଁ ଚାହତ ସଠିକ ଭାବେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ କି ଭଲ ଭାବେ ଶୋଇ ମଧ୍ୟ ପାରୁନାହିଁ | ଚାହତଙ୍କ ବାପା ମାଙ୍କ କହିବା ଅନୁଯାୟୀ, କୌଣସି କାରଣ ବଶତଃ ସେମାନେ ତାଙ୍କର ପ୍ରଥମ ସନ୍ତାନ ହରେଇଛନ୍ତି | ପୁଣି ଥରେ ଆଉ ଗୋଟିଏ ଶିଶୁକୁ ହରେଇବା ଆଶଙ୍କାରେ ଚାହତର ଓଜନ ବଢୁଥିବା ଜାଣି ମଧ୍ୟ ସେମାନେ ଚୁପ ଅଛନ୍ତି | ତାଙ୍କ ମା କହିଛନ୍ତି ଯେ, ସେ ଗୋଟିଏ ସାଧାରଣ ଛୁଆ ଭଳି କହେନାହିଁ | ଦିନ ସାରା ସେ ଖାଉଥାଏ | ଯଦି ତାକୁ ଖାଇବାକୁ ଦିଆନଯାଏ ତେବେ ସେ କାନ୍ଦିବା ଆରମ୍ଭ କରିଦେଇଥାଏ | ସେ କାନ୍ଦି କାନ୍ଦି ବାହାରକୁ ବୁଲେଇନେବାକୁ କୁହେ | କିନ୍ତୁ ତାର ଅତ୍ୟଧିକ ଓଜନ ଯୋଗୁଁ ତାକୁ ଟେକି ବୁଲେଇନେବା ସମ୍ଭବ ହୁଏନାହିଁ| ବହୁ କଷ୍ଟରେ ପରିବାର ଲୋକେ ତାଙ୍କୁ ଆଖପାଖ ଜାଗାକୁ ହିଁ ନେଇଯାଇ ପାରନ୍ତି | ତେବେ ଚାହତର ଏଭଳି ଅବସ୍ଥା ଯୋଗୁଁ ତାଙ୍କ ବାପା ମା ବହୁତ ଚିନ୍ତିତ | ଚାହତର ବାପା ମା ଭବିଷ୍ୟତରେ ସେ କେମିତି ଭଲରେ ଏବଂ ଖୁସିରେ ରହିବ ସେନେଇ ବହୁତ ଚିନ୍ତିତ | ତେବେ ଡାକ୍ତର ଚାହତକୁ ସୁସ୍ଥ ରଖିବା ପାଇଁ କୌଣସି ନା କୌଣସି ଉପାୟ ବାହାର କରିବେ ବୋଲି ଚାହତର ବାପା ମା ଆଶା ପ୍ରକାଶ କରିଛନ୍ତି | <iframe width="500" height="281" src="https://www.youtube.com/embed/kNBPOsjrI5s" frameborder="0" allow="autoplay; encrypted-media" allowfullscreen></iframe>

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.