ତବଲୀଗୀ ଜମାତରେ ସାମିଲ ଥିବା ୮ ମାଲେସିଆ ନାଗରିକ ଗିରଫ, ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ବିମାନବନ୍ଦରରେ ଧରିଲା ପୋଲିସ

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ, ୦୫|୦୪: କରୋନା ଭାଇରସ ଆତଙ୍କ ମଧ୍ୟରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୩୦୦୦ ଟପିଛି । ନିଜାମୁଦ୍ଦୀଲ ତବଲୀଗୀ ଜମାତ ସମ୍ମିଳନୀ ପରେ କରୋନା ମାମଲା ଦେଶରେ ଅହେତୁକ ବୃଦ୍ଧି ପାଇଛି । ଏହାପରେ ଜମାତରେ ସାମିଲ ଥିବା କିଛି ବିଦେଶୀଙ୍କୁ ନୂଆଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଛି ।

ରବିବାର ମାଲେସିଆର ୮ଜଣ ନାଗରିକଙ୍କୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବିଦେଶୀ ତବଲୀଗୀ ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିମାନବନ୍ଦରର ଇମିଗ୍ରେସନ ବିଭାଗ ଏହି ବିଦେଶୀଙ୍କୁ ମାଲେସିଆ ରିଲିଫ୍ ଫ୍ଲାଇଟରେ ବସିବା ପୂର୍ବରୁ ଅଟକ ରଖିଥିଲା । ସେମାନଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ସେମାନେ ଭାରତରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବିମାନବନ୍ଦର କର୍ତୃପକ୍ଷ କହିଛନ୍ତି ।

{"id":249240,"width":748,"height":498,"sizeSlug":"large"}

ସମସ୍ତ ମାଲେସିଆ ନାଗରିକ ରିଲିଫ୍ ସାମଗ୍ରୀ ଧରି ଫ୍ଲାଇଟରେ ଚଢିବା ପାଇଁ ପ୍ରୟାସ କରୁଥିଲେ । ଇମିଗ୍ରେସନ ଅଧିକାରୀ ସେମାନଙ୍କୁ ଟ୍ରାସ୍ କରି ଧରିଥିଲେ । ସୂଚନାଯୋଗ୍ୟ, ତବଲୀଗୀ ଜମାତରେ ହଜାର ହଜାର ଏକ ନିର୍ଦ୍ଦିଷ୍ଟ ଧର୍ମର ସଦସ୍ୟ ସାମିଲ ହୋଇଥିଲେ ।  ସେମାନଙ୍କ ମଧ୍ୟରୁ ୬୦୦ରୁ ଅଧିକ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ଏହାପରେ ଦେଶରେ କରୋନା ସଂକ୍ରମଣ ମାମଲା ଲଗାତାର ଭାବେ ବୃଦ୍ଧି ପାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.