କଟକରୁ କଲିକତା ଲମ୍ବିଛି ସୁନା ସ୍ମଗଲିଂର ଚେର ; ବାଦାମବାଡିରୁ ୮୧ଲକ୍ଷ ୫୦ହଜାର ଟଙ୍କା ଜବତ, ଦୁଇ ଅଟକ

Published By : Prameya-News7 Bureau | June 30, 2019 IST

କଟକ ୩୦।୬: କଟକ ବାଦାମବାଡି ଛକରୁ ୮୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ବାଦାମବାଡି ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ପୋଲିସ ଟିମ୍ ପାଟ୍ରୋଲିଂ କରିବା ସମୟରେ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ବ୍ୟାଗ୍ ଯାଞ୍ଚ କରିବା ସମୟରେ ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ଜାଣିବାକୁ ପାଇଥିଲେ । ତେବେ ଏହି ଘଟଣା ସଂପର୍କରେ ପୋଲିସ ଆୟକର ବିଭାଗକୁ ଜଣାଇବା ପରେ ଆୟକର ବିଭାଗର ଟିମ୍ ଏହି ଘଟଣାର ଖୋଳ ତାଡ ଆରମ୍ଭ କରିଛି ।

{"id":129006}

ଚୋରା ସୁନା କରାବାର ଚେର କଟକରୁ ଲମ୍ବିଛି କୋଲକତା ଯାଏଁ । ଆଉ ଏଥିପାଇଁ ରାତି ଅଧରେ ବସରେ ଯାଉଛି ଲକ୍ଷ ଲକ୍ଷ ଟଙ୍କା । ଦୁଇ ଜଣ ଯୁବକ ପୋଲିସ ହାତରେ ଧରା ପଡିବା ପରେ ଏହି ଘଟଣା ଆସିଛି ପଦାକୁ । ଗତ କାଲି ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ଦୁଇଟି ବ୍ୟାଗ୍ କାନ୍ଧରେ ପକାଇ ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ବାଦାମବାଡି ପୋଲିସ ଟିମର ନଜରକୁ ଆସିଥିଲେ ।

{"id":129007}

ତେବେ ପୋଲିସ ସନ୍ଦେହରୁ ଦୁଇ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ସହ ବ୍ୟାଗ୍ ଯାଞ୍ଚ କରିବାରୁ ସେଥିରୁ ମିଳିଥିଲା ୮୧ ଲକ୍ଷ ୫୦ ହଜାର ଟଙ୍କା । ଏତେ ପରିମାଣର ଟଙ୍କା ଦେଖି ପୋଲିସ ମଧ୍ୟ ହଡବଡେଇ ଯାଇଥିଲା । ତେବେ ଯାଞ୍ଚ ପରେ ଜଣା ପଡିଥିଲା ଟଙ୍କା ନେଇ ଯାଉଥିବା ଦୁଇ ଅଭିଯୁକ୍ତ କୋଲକାତାର ଅନୁପ ମାଜି ଓ ମନୋରଞ୍ଜନ ମାଜି । ସେ କଟକର ଦରଘା ବଜାର ଅଞ୍ଚଳରେ ରହି ସୁନା କାରବାର ଚଳାଉଛନ୍ତି । ତେବେ ଏହି ଟଙ୍କା କଳା ଧନ କି ନାହିଁ ଯାଞ୍ଚ କରିବା ପାଇଁ ବାଦାମବାଡି ପୋଲିସ ଆୟକର ବିଭାଗକୁ ଜଣାଇବା ପରେ ଆୟକର ବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଡିସିପି ।

{"id":129008}

କଟକ ସହରର ନୟାସଡକ, ବାଲୁବଜାର ଭଳି ସ୍ଥାନରେ ପ୍ରତ୍ୟକ ଦିନ କୋଲକତାରୁ ସୁନା ଆସି କୋଟି କୋଟି ଟଙ୍କାର କାରବାର ହେଉଛି । କେତବେଳେ ଆୟକର ଟିକସ ଫାଙ୍କି ତ ଆଉ କେତେବେଳେ ସୁନା ସ୍ମଗଲିଂ ମଧ୍ୟ ହେଉଛି । ତେବେ ଏହି ଦୁଇ ଯୁବକ ଯେଉଁଭଳି ଭାବେ ସାଧାରଣ ଭାବେ ଲକ୍ଷାଧିକ  ଟଙ୍କା ନେଇ ଯାଉଥିଲେ ଏଥିରୁ ସ୍ପଷ୍ଟ ହୋଇଛି ଏହା ପଛରେ କୌଣସି ଉଦ୍ଦେଶ୍ୟ ରହିଛି । ତେଣୁ ପୋଲିସ ଆୟକର ବିଭାଗକୁ ହସ୍ତାନ୍ତର କରିଥିଲେ ସୁଦ୍ଧା ପୋଲିସ ମଧ୍ୟ ଗୁପ୍ତରେ ଅନୁସନ୍ଧାନ ଜାରି ରଖିଥିବା ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.