ପାଣି ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ୮ ମୃତ, ୧୯ ଆହତ

Published By : Prameya-News7 Bureau | December 06, 2024 IST

indiatoday

କନୌଜ: ପାଣି ଟ୍ୟାଙ୍କର ଯାଉଥିବା ବେଳେ ଧକ୍କା ଦେଲା ଯାତ୍ରୀବାହୀ ବସ୍‌। ଏହି ଭୟଙ୍କର ଦୁର୍ଘଟମାର ୮ ଜଣଙ୍କର ମୃତ୍ୟୁ ହୋଇଛି। ୧୯ ଜଣ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶ କନୌଜ ଜିଲ୍ଲା ଔରୟା ବର୍ଡର ନିକଟସ୍ଥ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ଏହି ଦୁର୍ଘଟଣା ଘଟିଛି। 
 ଘଟଣା ସମ୍ପର୍କରେ ସୂଚନା ଦେଇ ସାକରଭା ପୁଲିସ କହିଛି ବସ୍‌ଟି ୪୦ ଯାତ୍ରୀଙ୍କୁ ନେଇ ଯାଉଥିଲା। ଶୁକ୍ରବାର ସକାଳେ ଏହା ପାଣି ଟାଙ୍କି ଟ୍ରକ୍‌କୁ ଧକ୍କା ଦେଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୁଲସ ଓ ଜରୁରୀକାଳୀନ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ଆହତଙ୍କୁ ସେଫାଇ ମେଡିକାଲ କଲେଜ୍‌ରେ ଭର୍ତ୍ତି କରିଛି।

ଘଟଣା ସ୍ଥଳରେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ଙ୍କ ସମେତ ଏସ୍‌ପି ପହଞ୍ଚି ଉଦ୍ଧାର କାର୍ଯ୍ୟା ତଦାରଖ କରିଥିଲେ। ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ସୱାନ୍ତରା ଦେବ ସିଂହ ସେହି ବାଟ ଦେଇ ଯାଉଥିବା ବେଳେ ଦୁର୍ଘଟଣା ଦେଖି ଗାଡ଼ି ଅଟକାଇଥିଲେ। ସେ ମଧ୍ୟ ଉଦ୍ଧାର କାର୍ଯ୍ଯରେ ଓ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ସହଯୋଗ କରିଥିଲେ।   

ଦୁର୍ଘଟଣାକୁ ନେଇ କନୌଜ ଏସ୍‌ପି ଅମିତ କୁମାର କହିଛନ୍ତି " ଆଜି ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ବସ୍ ଏବଂ ୱାଟର ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ବସ୍ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା“ ତେବେ ଦୁର୍ଘଟଣା କିପରି ଘଟିଲା ସେ ନେଇ ତଦନ୍ତ ଜାରି ରହିଛି ବୋଲି ଅମିତ କୁମାର କହିଛନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.