ବ୍ଲକବଷ୍ଟର KGF 2: ୮ ଦିନରେ ଭାଙ୍ଗିଲା ଆୟର ସବୁ ରେକର୍ଡ, ୩୦୦ କୋଟି ଆଡକୁ ଫିଲ୍ମ

Published By : Prameya-News7 Bureau | April 22, 2022 IST

ମୁମ୍ବାଇ: ସାଉଥ ଇଣ୍ଡିଆନ ଆକ୍ଟର ୟଶଙ୍କ ଫିଲ୍ମ କେଜିଏଫ ୨ର ବମ୍ପର ଆୟ ଜାରି ରହିଛି। ପ୍ରତ୍ୟେକ ଦିନ ଫିଲ୍ମଟି ନୂତନ ରେକର୍ଡ କରି ଚାଲିଛି। କେଜିଏଫ ୨ ପ୍ରଥମ ସପ୍ତାହରେ ୨୬୮.୬୩ କୋଟି ଟଙ୍କା ଆୟ କରି ସାରିଛି। ହିନ୍ଦୀ ଭାଷାଭାଷି ଅଞ୍ଚଳରେ ଫିଲ୍ମ ବକ୍ସ ଅଫିସରେ ଏତେ ଆୟ କରିବ ବୋଲି କେହି ଭାବିନଥିଲେ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର ଆୟ ଉପରେ ତଥ୍ୟ ରଖିଛନ୍ତି ଯେ, କେଜିଏଫ-୨ ପ୍ରଥମ ସପ୍ତାହରେ ରେକର୍ଡ ଆୟ କରିଛି। କେଜିଏଫ ୨ କରୋନା ମହାମାରୀ ପରେ ୮ ଦିନରେ ସବୁଠୁ ଅଧିକ ଆୟକାରୀ ଫିଲ୍ମ ହୋଇ ପାରିଛି। ପ୍ରଥମ ଦିନ ଗୁରୁବାର ଫିଲ୍ମଟି ୫୩.୯୫ କୋଟି ଟଙ୍କା ସହ ଧମାକାଦାର ଆରମ୍ଭ କରିଥିଲା। ଏହା ପରଠୁ ଫିଲ୍ମର ଆୟର ଗ୍ରାଫ କମି ନାହିଁ। ଶୁକ୍ରବାର ଫିଲ୍ମ ୪୬.୭୯ କୋଟି, ଶନିବାର ୪୨.୯୦ କୋଟି, ରବିବାର ୫୦.୩୫ କୋଟି, ସୋମବାର, ୨୪.୫୭ କୋଟି, ମଙ୍ଗଳବାର ୧୯.୧୪ କୋଟି, ବୁଧବାର ୧୬.୩୫ କୋଟି, ଗୁରୁବାର ୧୩.୫୮ କୋଟି ଟଙ୍କା ଆୟ କରିଛି।

wp:html /wp:html

ପ୍ରଥମ ସପ୍ତାହରେ ଫିଲ୍ମର ଆୟ ୨୫୦ କୋଟି ଅତିକ୍ରମ କରି ୨୬୮.୬୩ କୋଟିରେ ପହଞ୍ଚି ସାରିଛି। ୟଶଙ୍କ ଫିଲ୍ମ କେଜିଏଫ ୨ ହିନ୍ଦୀ ଭର୍ସନରେ ଅନେକ ରେକର୍ଡ କରି ସାରିଛି। ୭ ଦିନରେ ୨୫୦ କୋଟି ଆୟ କରିଥିବା ଏହି ଫିଲ୍ମ ଖୁବ୍ ଶୀଘ୍ର ୩୦୦ କୋଟି କ୍ଲବରେ ପ୍ରବେଶ କରିବାକୁ ଯାଉଛି। ତରଣ ଆଦର୍ଶଙ୍କ ମୁତାବକ ଫିଲ୍ମ ନିଜର ଦ୍ଵିତୀୟ ସପ୍ତାହରେ ୩୦୦ କୋଟି ଟଙ୍କାର ଆୟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.