ସୁଧାର ଗୃହରୁ ଖସିଗଲେ ୮ ନାବାଳକ କୁଖ୍ୟାତ ଅଭିଯୁକ୍ତ, ସେମାନଙ୍କ ବିରୋଧରେ ରହିଛି ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧର ଅଭିଯୋଗ
3/07/2023 at 6:08 PM

ଭୋପାଳ: ସୁଧାର ଗୃହରୁ ଖସିଗଲେ ୮ ନାବାଳକ କୁଖ୍ୟାତ ଅଭିଯୁକ୍ତ। ସେମାନଙ୍କ ବିରୋଧରେ ରହିଛି ଦୁଷ୍କର୍ମ, ହତ୍ୟା ଓ ଅପହରଣ ଭଳି ଜଘନ୍ୟ ଅପରାଧର ଅଭିଯୋଗ। ମଧ୍ୟ ପ୍ରଦେଶ ମୋରେନା ସହରର ନୈନାଗଡ଼ ରୋଡ଼ରେ ଥିବା ସୁଧାର ଗୃହରୁ ଏହି ଅଭିଯୁକ୍ତମାନେ ଖସି ପଳାଇଥିବା ପୁଲିସ ସୂଚନା ଦେଇଛି।
ବିଭିନ୍ନ କୁଖ୍ୟାତ ମାମଲାରେ ୧୨ ନାବାଳକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ବିଚାର ଧିନ ଥିଲା। ସେମାନଙ୍କ ମଧ୍ୟରୁ ୮ ଖସି ପଳାଇଛନ୍ତି। ଏହି ଅପରାଧିମାନେ ରବିବାର ସନ୍ଧ୍ୟା ୭ଟା ବେଳେ ବାଥରୁମ କାନ୍ଥ ଭାଙ୍ଗି ଫେରାର୍ ହୋଇଯାଇଥିବା ସିଟି ଏସ୍ପି ଅତୁଲ ସିଂହ କହିଛନ୍ତି।
ପଢ଼ନ୍ତୁ-ପାକିସ୍ତାନରେ ଇଦ୍ ପ୍ରାର୍ଥନା ବେଳେ ଜେଲ୍ରୁ ଖସିଗଲେ ୧୭ କଏଦୀ, ପୁଲିସ ଗୁଳିରେ ଜଣେ ମୃତ
ନାବାଳକ ଅଭିଯୁକ୍ତମାନେ ଫେରାର୍ ହୋଇଯିବା ପରେ ସୁରକ୍ଷାରେ ଥିବା ଗାର୍ଡମାନେ ସନ୍ଧ୍ୟା ୮ରେ କୋତୱାଲୀ ଥାନାକୁ ସୂଚନା ଦେଇଥିଲେ। ଏହାପରେ ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଦେଇଛି। ସୁଧାର ଗୃହରୁ ଫେରାର୍ ହୋଇଯାଇଥିବା ନାବାଳକ ଅପରାଧିମାନେ ହେଲେ ମୋରେନା, ଭିନ୍ଦ, ଏବଂ ଶେଓପୁରି ଜିଲ୍ଲାର।