ପୋଲ ତଳକୁ ଖସିଲା ଅଟୋ, ୮ଯାତ୍ରୀ ସାମାନ୍ୟ ଆହତ
21/02/2020 at 8:57 AM

ସୁବର୍ଣ୍ଣପୁର ୨୧।୨: ପୋଲ ତଳକୁ ଖସିଲା ଅଟୋ । ଅଳ୍ପକେ ବର୍ତ୍ତିଲେ ୮ ଯାତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ବୁରୁବୁଡା ବ୍ରିଜରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ଅଟୋ । ଅଟୋରେ ୮ ଜଣ ଯାତ୍ରୀ ଯାଉଥିବାବେଳେ ସାମାନ୍ୟ ଆହତ ହୋଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।

ବୁରୁବୁଡା ଠାରୁ ଖଣ୍ଡହତାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବ୍ରିଜଠାରେ ଏହି ଦୁର୍ଘଟଣା ହୋଇଥିଲା । ବୁରୁବୁଡା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023