ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟାଟା ମ୍ୟାଜିକ୍, ୮ ଆହତ

Published By : Prameya-News7 Bureau | April 20, 2019 IST

ଜଗତସିଂହପୁର ୨୦|୪:  ଜଗତସିଂହପୁର ଜିଲ୍ଲା ବର୍ତ୍ତି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ଟାଟା ମ୍ୟାଜିକ୍ ଗାଡି । ଅସୁରେଶ୍ଵରରୁ ଜଗତସିଂହପୁର ଅଞ୍ଚଳର କିଛି ଯାତ୍ରୀ ମେଳା ଦେଖି ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା ।

{"id":105136}

ଟାଟା ମ୍ୟାଜିକ୍ ରେ ଥିବା ୮ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.