ମୋହନା ୦୮/୦୭: ବିଳମ୍ବିତ ରାତିରେ ଓଲଟିଲା ଯାତ୍ରୀବାହି ବସ l ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଥିବା ୪ ଗୁରୁତର ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ନଳାଘାଟ ନିକଟରେ ।
ସୂଚନାଥାଉକି, ରବିବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଖମ୍ବେଶ୍ୱେରୀ ନାମକ ଘରୋଇ ଯାତ୍ରୀବାହି ବସ ରାୟଗଡା ରୁ ବ୍ରହ୍ମପୁର ଯାଉଥିଲା l ଏହି ସମୟରେ ନଳାଘାଟ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡିଛି । ଖବର ପାଇ ଅଡବା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ପ୍ରଥମେ ବିରିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ ।
ପ୍ରାଥମିକ ଚିକିତ୍ସା ପରେ ୪ଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ତେବେ ଦୁର୍ଘଟଣା କିଭଳି ଘଟିଲା ତାହାର ତଦନ୍ତ କରୁଛି ପୋଲିସ l