ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୮ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Published By : Prameya-News7 Bureau | October 17, 2020 IST

ଢେଙ୍କାନାଳ ୧୭।୧୦: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏହି ଗ୍ରାମର ସର୍ଜଙ୍ଗ ସାହିରେ ଏହି ଅଗ୍ନିକାଣ୍ଡ ଘଟି ୮ ବଖରା ଘର ଜଳିଯାଇଛି । ଖବର ପାଇ ଢେଙ୍କାନାଳରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

ନିଆଁରେ ୫ଟି ପରିବାରର ସମସ୍ତ ଧାନ ଚାଉଳ ଓ ରବି ଫସଲ ସମେତ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଯାହା ଫଳରେ ୫ଟି ପରିବାର ସର୍ବଶ୍ବାନ୍ତ ହୋଇଯାଇଛନ୍ତି । ନିଆଁର ସଠିକ୍ କାରଣ ଜଣାପଡିନାହିଁ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.