ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୮ ବଖରା, ୩ ଗାଈ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | January 09, 2020 IST

ଚୌଦ୍ବାର ୯।୧: କଟକ ଜିଲ୍ଲା ଟାଙ୍ଗି ଚୌଦ୍ବାର ବ୍ଲକ୍ ଜରିପଡା ପଂଚାୟତର ରସିକନଗର ଗାଁରେ ଭୟାଭୟ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ୮ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି । ୩ଟି ଗାଈ ନିଆଁରେ ପୋଡି ପ୍ରାଣ ହରାଇଛନ୍ତି । ଅଗ୍ନିକାଣ୍ଡରେ ୩ ଜଣ ଆହତ ହୋଇଛନ୍ତି ।

ଗାଁର କାହ୍ନୁ ଚରଣ ଦାସଙ୍କ ଘରେ ନିଆଁ ଲାଗି ପାଖକୁ ଲାଗି ରହିଥିବା ବାଉନ ଦାସ, ରଞ୍ଜନ ଦାସଙ୍କ ଘରକୁ ନିଆଁ ବ୍ୟାପି ଯାଇଥିଲା । ଚୌଦ୍ବାରରୁ ଅଗ୍ନିଶମ ଗାଡି ଆସିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ମଶା ଦାଉରୁ ରକ୍ଷା କରିବା ପାଇଁ ଗୁହାଳ ଘରେ ଲଗା ଯାଇଥିବା ମଶା ଧୂପରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.