ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଆଠ ବଖରା ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Published By : Prameya-News7 Bureau | May 27, 2022 IST

ସୋର, ୨୭/୦୫: ସୋର ପୌରପାଳିକା ଅନ୍ତର୍ଗତ କାଶୀପୁର ଗ୍ରାମରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି । ଏଥି ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଏହି ଗ୍ରାମର ସ୍ବର୍ଗତ ଚୁନା ଖାଁଙ୍କ ପୁଅ ଅରଫାନ ଖାନ, ଗୁଲଫାନ ଖାନ, ଇମତୀୟାଜ ଖାନ ଏବଂ ଚନ୍ଦା ଖାନଙ୍କ ଘରେ ଆଜି ସନ୍ଧ୍ୟାରେ ହଠାତ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ତୀବ୍ରତା ଏତେ ଥିଲା ଯେ ଘରୁ କୌଣସି ଜିନିଷ ଆସବାବପତ୍ର ବାହାର କରିବା ସମ୍ଭବ ହୋଇନଥିଲା ।

ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା । ଖବର ପାଇ ସୋର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କ୍ଷତିଗ୍ରସ୍ତ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.