scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମେଡିକାଲ କଲେଜ ଓ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଦାବି, ୮ ଘଣ୍ଟିଆ ଭଦ୍ରକ ବନ୍ଦ

5/12/2022 at 10:42 AM

ଭଦ୍ରକ ୦୫/୧୨: ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି । ସକାଳ ୬ ରୁ ୨ ଟା ପର୍ଯ୍ୟନ୍ତ ଅଖ ଚକବନ୍ଦ ରହିଛି । ଭଦ୍ରକରେ ମେଡିକାଲ କଲେଜ ଓ ଭଦ୍ରକ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ଦାବିରେ ଆଜି ଭଦ୍ରକ ବନ୍ଦ କରିଛି କଂଗ୍ରେସ । ଵିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଉଛି । ସରକାରୀ କାର୍ଯ୍ୟାଳୟ , କୋର୍ଟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ରହିଛନ୍ତି ।

ଭଦ୍ରକ ନୂଆ ବସଷ୍ଟାଣ୍ଡ ଠାରେ ୧୬ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରାଯାଇଛି । ତେବେ ଭଦ୍ରକ ବାସୀଙ୍କ ସ୍ୱାର୍ଥକୁ ନଜରରେ ରଖି ଜିଲ୍ଲା କଂଗ୍ରେସ ଏହି ନିଷ୍ପତ୍ତି ନେଇଛି । ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ସ୍ବୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ନଦିଆଯିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ବରିଷ୍ଠ ନେତା କହିଛନ୍ତି ।

   Related Posts