Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ସରକାରଙ୍କ ବଡ ଘୋଷଣା: ୩ ମାସ ଯାଏଁ ୮ କୋଟି ମହିଳାଙ୍କୁ ମାଗଣାରେ ମିଳିବ ଏଲପିଜି ସିଲିଣ୍ଡର

26/03/2020 at 2:21 PM

ନୂଆଦିଲ୍ଲୀ, ୨୬|୦୩: କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଭାରତ ସରକାର ମଧ୍ୟ ଏହି ଭାଇରସ ସଂକ୍ରମଣର ମୁକାବିଲା ପାଇଁ ୨୧ ଦିନ ଯାଏଁ ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି । ଲକଡାଉନରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୩ ମାସ ପାଇଁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବାକୁ ଘୋଷଣା କରିଛନ୍ତି। ଏହାଦ୍ୱାରା ୮ କୋଟି ମହିଳା ଉପକୃତ ହେବେ। ଉଜ୍ଜ୍ୱଳା ଯୋଜନାରେ ୮ କୋଟି ବିପିଏଲ ପରିବାର ତିନିମାସ ପାଇଁ ମାଗଣା ସିଲିଣ୍ଡର ପାଇବେ।

ଉଜ୍ଜ୍ୱଳା ଯୋଜନାରେ ଗ୍ରାହକମାନେ ମାଗଣା ଗ୍ୟାସ୍ ସଂଯୋଗ ପାଇଥାନ୍ତି । ତେବେ ଅଗଷ୍ଟ ୧, ୨୦୧୯ରୁ ଏହି ଯୋଜନାରେ ସାମିଲ ହୋଇଥିବା ଉପଭୋକ୍ତା ନୂଆ ନିୟମର ଲାଭ ଉଠାଇ ପାରିବେ ।

ଏହି ଯୋଜନା ଅନୁଯାୟୀ ଗ୍ରାହକଙ୍କୁ ଏକ ରୋଷେଇ ଚୁଲା ଏବଂ ଏଲପିଜି ସିଲିଣ୍ଡର ମିଳିଥାଏ । ଏହାର ମୋଟ ମୂଲ୍ୟ ୩,୨୦୦ ଟଙ୍କା । ଏଥିରେ ସରକାର ୧୬୦୦ ଟଙ୍କାର ସବସିଡି ପ୍ରଦାନ କରୁଛନ୍ତି। ଏଥି ସହିତ ତୈଳ କମ୍ପାନୀଗୁଡିକ ଅବଶିଷ୍ଟ ୧୬୦୦ ଟଙ୍କା ଗ୍ରାହକଙ୍କୁ ଲୋନ ଆକାରରେ ପ୍ରଦାନ କରିଥାନ୍ତି ।

୧୪.୨ କିଲୋଗ୍ରାମ ସିଲିଣ୍ଡର କିଣୁଥିବା ଗ୍ରାହକଙ୍କୁ ପ୍ରଥମ ୬ ରିଫିଲ ଯାଏଁ ଇଏମଆଇ ଦେବାକୁ ପଡେ ନାହିଁ । ଯଦି ଆପଣ ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର କିଣୁଛନ୍ତି, ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ସବସିଡି ମିଳିବ ।

   Related Posts