ବ୍ରହ୍ମପୁର: ୮ କରୋନା ଯୋଦ୍ଧା କୋଭିଡ-୧୯ ପଜିଟିଭ୍ ଚିହ୍ନଟ, ଆରୋଗ୍ୟ କାମନା କଲେ ଏସ୍‌ପି

Published By : Prameya-News7 Bureau | June 26, 2020 IST

ବ୍ରହ୍ମପୁର, ୨୬|୦୬ :  ବ୍ରହ୍ମପୁର ପୁଲିସ୍ ଜିଲ୍ଲାର ଆଉ ୮ ଜଣ କରୋନା ଯୋଦ୍ଧା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଏସପି ଟ୍ୱିଟ୍ କରି କହିଛନ୍ତି ଯେ, କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ସମସ୍ଥଙ୍କୁ ଅବଜରଭେସନରେ ରଖାଯାଇଛି ।ଏହାସହ ସମସ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଏସପି ।

wp:html /wp:html

ସୂଚନାଯୋଗ୍ୟ, ଶୁକ୍ରବାର ଗଞ୍ଜାମ ଜିଲ୍ଲାରୁ ୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.