କୃଷକଙ୍କଠୁ ଶ୍ରମିକଙ୍କ ଯାଏଁ, ସମସ୍ତଙ୍କୁ ମିଳିବ ଲାଭ: ନଜର ପକାନ୍ତୁ ଅର୍ଥମନ୍ତ୍ରୀଙ୍କ ୮ଟି ବଡ ଘୋଷଣା ଉପରେ

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ, ୨୬ ୦୩ ଭାରତ ଏବେ କରୋନା ଭାଇରସକୁ ମୁକାବିଲା କରୁଛି । ସାରା ଦେଶରେ ୨୧ ଦିନ ଯାଏଁ ଲକଡାଉନ ଘୋଷଣା କରାଯାଇଛି । ଏହା ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ବର୍ଗ ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ।

କୃଷକଙ୍କ ପାଇଁ- ଦେଶରେ ୮.୬୯ କୋଟି କୃଷକଙ୍କୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପ୍ରଦାନ କରାଯିବ । ଏପ୍ରିଲ ପ୍ରଥମ ସପ୍ତାହରେ ୨୦୦୦ ଟଙ୍କା ଲେଖାଏଁ କୃଷକଙ୍କ ବ୍ୟାଙ୍କ ଖାତାରେ ଜମା ହେବ ।

ମନରେଗା ଶ୍ରମିକ- ଏହି ଶ୍ରମିକଙ୍କୁ ଅତିରିକ୍ତ ଆୟ ଭାବେ ୨ ହଜାର ଟଙ୍କା ପ୍ରଦାନ କରାଯିବ । ମୋଟ ୫ କୋଟି ପରିବାର ଏଥିରେ ଉପକୃତ ହେବେ ।

ଗରିବ, ବିଧବା ମହିଳା, ପେନସନ ଭୋଗୀ ଓ ଦିବ୍ୟାଙ୍ଗଙ୍କୁ ଦୁଇଟି କିସ୍ତୀରେ ୩ ମାସ ମଧ୍ୟରେ ୧ ହଜାର ଟଙ୍କା ପ୍ରଦାନ କରାଯିବ ।

ଜନଧନ ଆକାଉଣ୍ଟଧାରୀ ମହିଳା- ଜନଧନ ଖାତା ଥିବା ମହିଳାଙ୍କୁ ମାସିକ ୫୦୦ ଟଙ୍କା ୩ ମାସ ଯାଏଁ ପ୍ରଦାନ କରାଯିବ । ସିଧାସଳଖ ବ୍ୟାଙ୍କ ଖାତାରେ ଏହି ଟଙ୍କା ଜମା ହେବ ।

ଉଜ୍ଜ୍ୱଳା ହିତାଧିକାରୀ- ଉଜ୍ଜ୍ୱଳା ହିତାଧିକାରୀଙ୍କୁ ୩ ମାସ ଯାଏଁ ୩ଟି ମାଗଣା ଗ୍ୟାସ ସିଲିଣ୍ଡର ମିଳିବ । ଏଥିରେ ୮.୩ କୋଟି ବିପିଏଲ ପରିବାର ଉପକୃତ ହେବେ ।

ଏସଏଚଜି- ଏସଏଚଜି ମହିଳାଙ୍କୁ ୨୦ ଲକ୍ଷ ଟଙ୍କାର ଲୋନ ଉପରେ କୌଣସି ସୁଧ ଦେବାକୁ ପଡିବ ନାହିଁ । ଏଥିରେ ୬୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ସୁଫଳ ମିଳିବ ।

ସଂଗଠିତ କ୍ଷେତ୍ର- ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ଇପିଏଫ ଆସନ୍ତା ୩ ମାସ ଯାଏଁ ସରକାର ପ୍ରଦାନ କରିବେ । ୧୦୦ ରୁ କମ କର୍ମଚାରୀ ବା ୧୫ ହଜାରରୁ କମ ଦରମା ପାଉଥିବା ୯୦ ପ୍ରତିଶତ କର୍ମଚାରୀ ଥିବା ସଂସ୍ଥାକୁ ଏହାର ଲାଭ ମିଳିବ ।

ନିର୍ମାଣ କାର୍ଯ୍ୟ- ନିର୍ମାଣ ଶ୍ରମିକଙ୍କ ପାଇଁ ଏକ ଫଣ୍ଡ ଗଠନ ହେବ । ଏଥିରେ ୩.୫ କୋଟି ଶ୍ରମିକଙ୍କୁ ଲାଭ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.