ଆମେରିକାର ଧମକ୍‌କୁ ଖାତିର କରୁନାହାନ୍ତି କିମ୍‌, ୮ ବାଲିଷ୍ଟିକ୍‌ ମିସାଇଲ୍‌ ପରୀକ୍ଷଣ କଲା ଉତ୍ତର କୋରିଆ

Published By : Prameya-News7 Bureau | June 05, 2022 IST

ପୋଙ୍ଗୟଙ୍ଗ୍‌, ୦୫/୦୬: ଆମେରିକାର ଧମକକୁ ଖାତିର କରୁନାହାନ୍ତି ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ । ଉତ୍ତର କୋରିଆ ଉପରେ ଆମେରିକା ମିସାଇଲ୍‌ ପରୀକ୍ଷଣରେ ପ୍ରତିବନ୍ଧକ ଲଗାଇଥିଲା । ହେଲେ ପୁଣିଥରେ ପୂର୍ବତଟ ସମୁଦ୍ରିକ ଆଞ୍ଚଳରେ ୮ଟି ବାଲିଷ୍ଟିକ୍‌ ମିସାଇଲ୍‌ ପରୀକ୍ଷଣ କରିଛି ଉତ୍ତର କୋରିଆ । ନ୍ୟୁଜ୍‌ ଏଜେନ୍ସି ଏଏଫ୍‌ପି ଏନେଇ ସୂଚନା ଦେଇଛି । ଆମେରିକାର ଜଣେ ବରିଷ୍ଠ ଦୂତ ଦକ୍ଷିଣ କୋରିଆର ସିଓଲ ଛାଡିବାର ଗୋଟିଏ ଦିନ ପରେ ଏହି ପରୀକ୍ଷଣ କରାଯାଇଛି । ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଏନେଇ କହିଛନ୍ତି ଯେ ଉତ୍ତର କୋରିଆର ରାଜଧାନୀ ପୋଙ୍ଗୟାଙ୍ଗର ସୁନାନ ଅଞ୍ଚଳରୁ ଏହି କ୍ଷେପଣାସ୍ତ୍ରଗୁଡିକ ଲଞ୍ଚ କରାଯାଇଛି ।

ଜାପାନର ଫୌଦା ସମାଚାର ଏଜେନ୍ସି ଏକ ସରକାରୀ ସୂତ୍ର ଅନୁସାରେ କହିଛି ଯେ ଉତ୍ତର କୋରିଆ କେତେକ ମିସାଇଲ୍‌ ପରୀକ୍ଷଣ କରିଛି । କିମ୍‌ ସପ୍ତାହକ ଭିତରେ ଅନ୍ତରମହାଦୀପିୟ ବାଲିଷ୍ଟିକ୍‌ ମିସାଇଲ୍‌ ସହିତ କେତେକ ମିସାଇଲ୍‌ର ପରୀକ୍ଷଣ କରିଛି ।

wp:html /wp:html

ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ସଙ୍ଗ କିମ ଶୁକ୍ରବାର ଦିନ ସିଓଲରେ ଦକ୍ଷିଣ କୋରିଆ ଏବଂ ଜାପାନର ପ୍ରତିପକ୍ଷ (କିମ ଗୁନ୍ ଏବଂ ଫୁନାକୋସି ଟେକିରୋ) ଙ୍କୁ ଭେଟିଛନ୍ତି। ଉତ୍ତର କୋରିଆ ୨୦୧୭ ପରଠାରୁ ପ୍ରଥମ ଥର ପାଇଁ ଆଣବିକ ପରୀକ୍ଷଣ କରିବାକୁ ପ୍ରସ୍ତୁତ ହେଉଛି । ଉତ୍ତର କୋରିଆ ସରକାର ଏକ ସନ୍ଦିଗ୍ଧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ଉତକ୍ଷେପଣ କରିଥିବା ଜାପାନ ସରକାର କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.