LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ମାମଲା, ୮ଜଣଙ୍କୁ ବାନ୍ଧିଲା କେସିଙ୍ଗା ପୋଲିସ

22/03/2023 at 11:03 AM

ଧର୍ମଗଡ ୨୨/୦୩: କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଦଶମ ଶ୍ରେଣୀ ଭୁଲ ପ୍ରଶ୍ନ ଭୁଲ ଉତ୍ତର ବାଣ୍ଟିବା ପ୍ରଘଟ ମାମଲା । ଶିକ୍ଷା ବିଭାଗର ଏତଲା ପରେ ଶେଷରେ ୮ ଜଣଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମାଷ୍ଟର ମାଇଣ୍ଡ ରୁପ୍ରା ଘରୋଇ ଆର କେ ଶକୁନ୍ତଳା ଉଚ୍ଚ ବିଦ୍ୟାଳୟର ପରିଚାଳକ ପ୍ରାଣ ବନ୍ଧୁ ସାହୁ ଏବଂ ଯାଜପୁରର ଅଭୟ ନନ୍ଦ ।

ଏହାସହ ସ୍ଥାନୀୟ ୬ ଜଣଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ । ସେମାନଙ୍କ ଠାରୁ ୨୨ଟି ମୋବାଇଲ, ୫ଟି ଲାପଟପ, ଗୋଟିଏ ସିପିୟୁ, ଗୋଟିଏ ପେନ୍ ଡ୍ରାଇଭ୍ ଓ ନଗଦ ୧୮ ହଜାର ୯୫୦ ଟଙ୍କା ଜବତ କରିଛି l ଏହି ଘଟଣାରେ ପୋଲିସ ନକଲି ପ୍ରଶ୍ନପତ୍ର, ମୋବାଇଲ ଏବଂ ଟଙ୍କା ଜବତ କରିଛି କେସିଙ୍ଗା ପୋଲିସ ।

ଗତ ୧୪ ତାରିଖ ଦିନ ଜିଲ୍ଲା ଶିକ୍ଷା ବିଭାଗଙ୍କୁ ଏହି ଘଟଣା ଜଣାଇବା ପରେ କଳାହାଣ୍ଡି ଏସପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶ କ୍ରମେ ଏହି ୮ଜଣଙ୍କୁ ପୋଲିସ ରାତି ଅଧିଆ ଉଠାଇ ଆଣିଥିଲା । ମାଟ୍ରିକ ପରୀକ୍ଷା ସରିଛି କିନ୍ତୁ ପ୍ରଶ୍ନ ପତ୍ର ପ୍ରଘଟ ଅଭିଯୋଗରେ ୮ ଜଣ ଜେଲ ଯିବା କଥା ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

   Related Posts