scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଣି ଲଜ୍ଜା ! ୭ବର୍ଷର ନାବାଳିକାକୁ ଦୁଷ୍କର୍ମ : ନା ମାନେ ନା

23/04/2018 at 9:15 AM

ନାବାଳିକା ଦୁଷ୍କର୍ମକାରୀ ଙ୍କୁ ଶକ୍ତସଜା ପାଇଁ ଆଇନ ହେଲା, ହେଲେ କମୁନି ଦୁଷ୍କର୍ମ।ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତ ତେରମାଣପୁର କୋଟସାହି ଗ୍ରାମରେ ସାତବର୍ଷର ନାବାଳିକାକୁ ଦୁଷ୍କର୍ମ।ତୃତୀୟ ଶ୍ରେଣୀରେ ପାଠପଢୁଥିବା ସାତବର୍ଷର ନାବାଳିକାକୁ ଘରେ କେହି ନଥିବା ବେଳେ୨୨ବର୍ଷୀୟ କାମାନ୍ଧ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପୁଣି ଜଗତସିଂପୁରରେ ଲଜ୍ଜା । ସାତ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ।ତିର୍ତୋଲ ଥାନା ତେରମା ଣ ପୁର ଅଞ୍ଚଳରେ ଘଟିଛି ଏପରି ଘୃଣ୍ୟ ଘଟଣା । ଗତକାଲି ଜେଜେ ମାଆ ବିଲକୁ କାମକରିବାକୁ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ବାଲିଆପଡା ଗ୍ରାମର୨୨ବର୍ଷୀୟ ଯୁବକ ସ୍ମୃତିରଂଜନ କୂଅଁର ଓରଫ ହାପି (ପିତା-ଚକ୍ରଧର) ଏହି 7 ବର୍ଷର ନା ବାଳିକାଙ୍କ ଘରେ ପଶି ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏସଂପର୍କରେ ପିଡିତାର ଜେଜେ ମାଆ ପିଡିତାକୁ ସାଙ୍ଗରେ ଧରି ତିର୍ତୋଲ ଥାନାରେ ଏତଲା ଦେଇଛନ୍ତି ।

ପିଡିତା ଜଣେ ଅନୁସୂଚିତ ଜାତି ବର୍ଗର ହୋଇଥିଲା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ଚାପିଦେବାକୁ ଭରପୁର ଉଦ୍ୟମ କରାଯାଇଥିଲା।ହେଲେ ଗଣମାଧ୍ୟମର ହସ୍ତକ୍ଷେପ ଓ ଘଟଣା ପ୍ରଘଟ ଭୟରେ ପୋଲିସ ମାମଲା ରୁଜ୍ଜୁ କରିଥିଲା।ତିର୍ତୋଲ ଥାନା କେସ ନଂ୧୦୧/୨୦୧୮ରେ ମାମଲା ରୁଜ୍ଜୁ ହୋଇଛି ।ପିଡିତାଙ୍କ ଡାକ୍ତରୀମାଇନା କରାଯାଇଛି।ପୋଲିସ ପିଡିତାର ପିନ୍ଧାବସ୍ତ୍ର ଜବତ କରିବା ସହ ଘଟଣାସ୍ଥଳରେ ଅନୁସନ୍ଧାନ କରିଛନ୍ତି।ପୋଲିସ ଅଭିଯୁକ୍ତକୁ ଶିଘ୍ର ଧରିଯିବ କହିଥିବା ବେଳେ ଅଭିଯୁକ୍ତକୁ ବିଳମ୍ବିତ ରାତିରେ ଧରି ଥାନାରେ ଅଟକ ରଖିଛି

Leave a Reply

   Related Posts