ଗାଜିଆବାଦ ୨୪/୧- ଟ୍ୟୁସନ ମାଷ୍ଟର ନାଁରେ ଆଉ ଏକ କଳଙ୍କ । ୭ ବର୍ଷର ନାବାଳିକାକୁ ପାଠ ପଢ଼େଇବା ବାହାନାରେ ଡ଼ାକି ଦୁଷ୍କର୍ମ । ଏହିଭଳି ଘଟଣା ଘଟିଛି ଗାଜିଆବାଦରେ ।
ଏହି ଘଟଣା ଘଟିଛି ଗାଜିଆବାଦର ଅଲ୍ଲୀନଗରରେ । ଜଣେ ଟ୍ୟୁସନ ମାଷ୍ଟର ନାବାଳିକା ଛାତ୍ରୀକୁ ପାଠ ପଢ଼େଇବାକୁ ଡ଼ାକି ଏପରି କରିଥିବାର ପରିବାର ପକ୍ଷରୁ ଏତାଲା ଦିଆଯାଇଛି । ୭ବର୍ଷ ବୟସ୍କ ନାବାଳିକା ଘରଠାରୁ କିଛି ଦୂରକୁ ଟ୍ୟୁସନ ହେବାକୁ ଯାଇଥିଲା । ପରୀକ୍ଷାଥିବାରୁ ଅଧିକ ସମୟ ପାଠ ପଢ଼ାଇବାକୁ କହି ନାବାଳିକାକୁ ଡ଼ାକିଥିଲା ଟ୍ୟୁସନମାଷ୍ଟର । ଏହି ସୁଯୋଗରେ ନାବାଳିକାକୁ ଦୁଷ୍କର୍ମ କରିବାକୁ ବଳପ୍ରୟୋଗ କରିବାକୁ ଉଦ୍ୟତ ହେବାବେଳେ ସେ ଖୁବ୍ ଜୋରରେ ଚିଲ୍ଲାଇଥିଲେ ।
ଟ୍ୟୁସନ ମାଷ୍ଟର ନାବାଳିକା ଜୋରରେ ପାଟି କରିବାରୁ କେହି ଜାଣିବା ଭୟରେ ତଣ୍ଟିଚିପି ହତ୍ୟା କରିଥିବା କଥା କହିଛନ୍ତି । ସେ ନାବାଳିକାଙ୍କୁ ହତ୍ୟା କରିବା ପରେ ବିଳମ୍ବିତ ରାତ୍ରୀରେ ତାଙ୍କ ଘରପାଖରେ ଫୋପାଡ଼ି ଦେଇଆସିଥିବା କଥା କହିଛନ୍ତି ।
ଘଟଣାର ୨୪ ଘଣ୍ଟା ନ ପୁରୁଣୁ ପୋଲିସ ଏହି ହତ୍ୟାକାଣ୍ଡର ଫର୍ଦ୍ଦାଫାଶ କରିଛି । ଅଭିଯୁକ୍ତ ଟ୍ୟୁସନମାଷ୍ଟରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।