Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ସପ୍ତମ ବେତନ କମିଶନ : ଏହି ବିଭାଗର କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର, ଜାଣନ୍ତୁ କଣ

19/12/2018 at 12:41 PM

ଭୁବନେଶ୍ୱର ୧୯/୧୨ : ସପ୍ତମ ବେତନ କମିଶନ ଘୋଷଣା ପରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଦରମା ବୃଦ୍ଧି ପାଇଁ ଦାବି କରୁଛନ୍ତି | ସର୍ବନିମ୍ନ ଦରମା ବୃଦ୍ଧି ପାଇଁ କର୍ମଚାରୀ ଦାବି କରିଛନ୍ତି | ପୁରୁଣା ବର୍ଷ ଶେଷ ହେବା ପୂର୍ବରୁ ବିଏସଏନଏଲର କର୍ମଚାରୀ ତାଙ୍କର ୬ଟି ଦାବି ପୂରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ନିବେଦନ କରିଛନ୍ତି | ଅଲ୍‌ ୟୁନିୟନ୍‌ ଆଣ୍ଡ୍‌ ଆସୋସିଏସନ୍‌ ଅଫ ବିଏସ୍‌ଏନ୍‌ଏଲ୍‌ ଘୋଷଣା କରିଛି ଯେ, ଦୂର ସଂଚାର ବିଭାଗ ଓ ଦୂର ସଂଚାର ରାଜ୍ୟମନ୍ତ୍ରୀ ମନୋଜ ସିହ୍ନାଙ୍କ ସହ ଆଲୋଚନା କରାଯାଇ ୬ଟି ନିଷ୍ପତ୍ତି ନିଆଯାଇଛି |

ଏହି ମୁଦ୍ଦାର ସମାଧାନ ପାଇଁ ଡିଓଟି ଅର୍ଥ ମନ୍ତ୍ରାଳୟକୁ ଏକ ସକାରାତ୍ମକ ଚିଠି ଲେଖିଛନ୍ତି | ତେବେ ଅର୍ଥ ମନ୍ତ୍ରାଳୟରୁ ଏ ଯାଏଁ କୌଣସି ଜବାବ ଆସିନାହିଁ | ଅର୍ଥ ମନ୍ତ୍ରାଳୟରୁ ଏକ ଅନୁକୂଳ ଜବାବର ଆଶା କରାଯାଉଛି | ଜବାବ ଆସିବା ପରେ ସମସ୍ୟାର ସମାଧାନ କରାଯିବ | 

ଅବସରପ୍ରାପ୍ତ, ପେନସନଧାରୀଙ୍କ ପେନସନ ହଟାଇବା ପାଇଁ ଡିଓଟି ନିଜର ମଞ୍ଜୁରୀ ପ୍ରଦାନ କରିଛି | ଚାକିରୀ କରୁଥିବା ବିଏସଏନଏଲ କର୍ମଚାରୀଙ୍କ ବେତନ ସଂଶୋଧନରୁ ଏହା ଅଲଗା ହୋଇଯିବ | ତଥାପି କୌଣସି ଶେଷ ନିଷ୍ପତ୍ତି ନିଆଯାଇନାହିଁ | ଗତ ଡିସେମ୍ବର ୩ ତାରିଖରେ ଏକ ବୈଠକ ବସିଥିଲା | ବୈଠକରେ ମନୋଜ ସିହ୍ନା ଏବଂ ଡିଓଟି ଅଧିକାରୀ ଏକ ସଂକେତ ଦେଇଥିଲେ ଯେ, ସେମାନେ ତୃତୀୟ ଦରମା ସଂଶୋଧନକୁ ସୁଧାରିବା ପାଇଁ ପ୍ରସ୍ତୁତ ଥିଲେ କିନ୍ତୁ ୧୫ ପ୍ରତିଶତ ଫିଟମେଣ୍ଟ ଦିଆଯାଉନାହିଁ | ବିଏସଏନଏଲ ସିଏମଡି ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ୩ ପ୍ରତିଶତ ବୃଦ୍ଧି ଓ ଏବଂ ଆସନ୍ତା ଅର୍ଥିକ ବର୍ଷରେ ମଧ୍ୟ ବୃଦ୍ଧି ପାଇଁ ନିଜର ସହମତି ଦେଇଛନ୍ତି | ନୂଆ ବ୍ୟବସ୍ଥା ଅନୁସାରେ ଏୟୁବି ମଝି ମଝିରେ ଡିଓଟି ଅଧିକାରୀଙ୍କ ସହ ଆଲୋଚନା କରିବ ଏବଂ ବିଭିନ୍ନ ପ୍ରସଂଗର ସମାଧାନ  କରିବା ପାଇଁ ସମୀକ୍ଷା ବୈଠକ କରିବା | ଡିଓଟି ବିଏସଏନଏଲକୁ ଫୋର ଜି ସ୍ପେକ୍ଟରମ ଆବଣ୍ଟନ କରିବା ପାଇଁ କ୍ୟାବିନେଟ ଇସ୍ତାହାର ପ୍ରସ୍ତୁତ କରିଛି ଏବଂ ଏହା ଉପରେ  ଆନ୍ତଃ ମନ୍ତ୍ରାଳୟ ପରାମର୍ଶ ଲୋଡାଯାଇଛି ।    

   Related Posts