scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେବେ ଗଠନ ହେବ ଅଷ୍ଟମ ବେତନ କମିଶନ ? ରାଜ୍ୟସଭାରେ ଉତ୍ତର ରଖିଲେ ମନ୍ତ୍ରୀ

1/08/2023 at 3:31 PM

ନୂଆଦିଲ୍ଲୀ: କର୍ମଚାରୀ ମହଙ୍ଗା ଭତ୍ତା ୫୦ ପ୍ରତିଶତକୁ ବୃଦ୍ଧି ହେବ । କେନ୍ଦ୍ର ସରକାର  ଆସନ୍ତା ୨୦୨୪ ସୁଦ୍ଧା ୫୦ ପ୍ରତିଶତ ବା ଏହାଠାରୁ ଅଧିକ ପହଞ୍ଚିବ ବୋଲି  ଆଶା କରାଯାଇଛି । ଡିଏର ବର୍ତ୍ତମାନ ଦର ସପ୍ତମ ବେତନ ଆୟୋଗଙ୍କ ସୁପାରିସ୍ ଆଧାରରେ କରାଯାଇଛି । ପୂର୍ବ ବେତନ ଆୟୋଗ ଏହି ସୁପାରିସ୍ ମୁଦ୍ରାସ୍ଫୀତି ପ୍ରଭାବକୁ ସ୍ଥିର କରିବା ପାଇଁ କରିଛନ୍ତି । ଆଗକୁ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ଅଧିକ ହେଲେ ଏହାକୁ ସଂଶୋଧନ କରାଯିବ । ତେଣୁ ଏହାକୁ ନଜରରେ ରଖି କେନ୍ଦ୍ର ଅଷ୍ଟମ ବେୟନ ଆୟୋଗ ଲାଗୁ କରିବେ କି ନାହିଁ ଏବେ ପ୍ରଶ୍ନ ଉଠିଛି ।

ଅର୍ଥମନ୍ତ୍ରାଳୟ ଅନୁଯାୟୀ,  ଅଷ୍ଟମ ବେତନ କମିଶନ ଗଠନ ପାଇଁ ବର୍ତ୍ତମାନ ସମୟରେ କୌଣସି ପ୍ରସ୍ତାବ ବିଚାରଧୀନ ନାହିଁ ବୋଲି କହିଛନ୍ତି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଜୁଲାଇ ୨୫ ତାରିଖରେ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ଏଭଳି କହିଛନ୍ତି । ଅଷ୍ଟମ ବେତନ କମିଶନ ଗଠନ ପାଇଁ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି । ଜାନୁଆରୀ ୨୦୨୪ରେ ଡିଏ ଦର ୫୦ ପ୍ରତିଶତ ଏବଂ ଏହାଠାରୁ ଅଧିକ ହେବାର ଅନୁମାନ କରାଯାଉଛି । ଏଭଳି ସ୍ଥିତି କେନ୍ଦ୍ର ସରକାରଙ୍କ ଅଷ୍ଟମ ବେତନ କମିଶନ ଗଠନ ପାଇଁ କ’ଣ ପଦକ୍ଷେପ ଉଠାଇଛନ୍ତି ପ୍ରଶ୍ନ କରାଯାଇଥିଲା ।

ପୂର୍ବ ସରକାର ମଧ୍ୟ ଅଷ୍ଟମ ବେତନ ଆୟୋଗ ଗଠନ ପ୍ରସ୍ତାବ ଉପରେ କୌଣସି ଆଲୋଚନାକୁ ବିଚାର କରିବାକୁ ଅନିଚ୍ଛାପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର କର୍ମଚାରୀ ଓ ପେନସନ ଭୋଗୀଙ୍କ ମହଙ୍ଗା ଭତ୍ତା ଏବଂ ଡିଆର ବୃଦ୍ଧି କରି ୨୦୨୩ରେ ୪୨ ପ୍ରତିଶତରେ ପହଞ୍ଚାଇଛନ୍ତି ।  ମୁଦ୍ରାସ୍ଫୀତିକୁ ନଜରରେ ରଖି ପ୍ରତି ୬ମାସରେ ଏହାକୁ ସଂଶୋଧନ କରାଯାଇଥାଏ ।

   Related Posts