ମୁମ୍ବାଇରେ ସ୍ପାଇସ୍ ଜେଟ୍ ବିମାନର ଜରୁରୀ ଅବତରଣ, ୱିଣ୍ଡସିଲ୍ଡରେ ଫାଟ, ୧୭ ଦିନରେ ସପ୍ତମ ଘଟଣା

Published By : Prameya-News7 Bureau | July 05, 2022 IST

ମୁମ୍ବାଇ ୫।୭: ସ୍ପାଇସ୍‌ ଜେଟ୍‌ର ଏକ ବିମାନକୁ ମଙ୍ଗଳବାର ମୁମ୍ବାଇରେ ଜରୁରୀ ଅବରତଣ କରାଯାଇଛି। ଡିଜିସିଏଙ୍କ ଅନୁସାରେ ସ୍ପାଇସ୍ ଜେଟ୍‌ କ୍ୟୁ-୪୦୦ ବିମାନକୁ ୱିଣ୍ଡସିଲଡରେ ଫାଟ ଯୋଗୁ ଅବତରଣ କରାଯାଇଛି। ବିମାନଟି ୨୩ ହଜାର ଫୁଟ ଉଚ୍ଚତାରେ ଉଡୁଥିବା ବେଳେ କାଚରେ ଫାଟ ପଡିଯାଇଥିଲା। ଏଣୁ କାଣ୍ଡଲା-ମୁମ୍ବାଇ ଫ୍ଲାଇଟ୍‌କୁ ତୁରନ୍ତ ଅବତରଣ କରିବାକୁ ପଡିଥିଲା। ଘଟଣା ନେଇ ସ୍ପାଇସ୍ ଜେଟ୍‌ଙ୍କ ବୟାନ ମଧ୍ୟ ଆସିଛି। ବିମାନ ସୁରକ୍ଷିତ ଅବତରଣ କରିଥିବା କୁହାଯାଇଛି।

ଗତ ୧୭ ଦିନରେ ସ୍ପାଇସ୍ ଜେଟ୍ ବିମାନରେ ବୈଷୟିକ ତ୍ରୁଟିର ଏହା ସପ୍ତମ ଘଟଣା। ଏହା ପୂର୍ବରୁ ମଙ୍ଗଳବାର ସକାଳେ ସ୍ପାଇସ୍ ଜେଟ୍‌ର ଏକ ବିମାନକୁ କରାଚୀରେ ଅବତରଣ କରାଇବାକୁ ପଡିଥିଲା। ଡିଜିସିଏଙ୍କ ଅନୁସାରେ ଅଧିକାରୀ ଉଭୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହା ଛଡା ଏଥିରେ ଗତ ୫ ଘଣ୍ଟାର ଯାଞ୍ଚ ମଧ୍ୟ କରାଯାଉଛି।

{"id":652120,"sizeSlug":"full","linkDestination":"none"}

ମଙ୍ଗଳବାର ପୂର୍ବାହ୍ନରେ ସ୍ପାଇସ୍ ଜେଟ୍‌ର ଏକ ଫ୍ଲାଇଟ୍‌ରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ବିମାନଟି ଦୁବାଇ ଯିବା ରାସ୍ତାରେ କରାଚୀରେ ଅବତରଣ କରିଥିଲା। ଫ୍ଲାଇଟ୍ ନମ୍ବର ଏସଜି-୧୧ ଦିଲ୍ଲୀରୁ ଦୁବାଇ ଯାଉଥିଲା। ତେବେ ରାସ୍ତାରେ ତ୍ରୁଟି ଦେଖାଦେବାରୁ ପାକିସ୍ତାନ ନେବାକୁ ପଡିଥିଲା। କୁହାଯାଉଛି ବିମାନର ଇଣ୍ଡିକେଟର ଲାଇଟରେ କିଛି ତ୍ରୁଟି ଥିଲା। ଏହି ବିମାନର ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଦୁବାଇ ପହଞ୍ଚା ଯାଇଛି। ସକାଳର ଏହି ଘଟଣା ନେଇ ଡିଜିସିଏଙ୍କ ବୟାନ ମଧ୍ୟ ଆସିଥିଲା।

ଗତ ଜୁଲାଇ ୨ ତାରିଖ ଦିନ ମଧ୍ୟ ସ୍ପାଇସ୍ ଜେଟ୍ ବିମାନରେ ଗଡବଡି ଦେଖାଯାଇଥିଲା। ସେତେବେଳେ ଦିଲ୍ଲୀରୁ ଜବଲପୁର ଯାଉଥିବା ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ବିମାନ କ୍ୟାବିନରେ ଧୂଆଁ ବାହାରୁଥିବାର ଦେଖା ଯାଇଥିଲା। ବିମାନଟି ଟେକଅଫ ପରେ ୫ ହଜାର ଫୁଟ ଉଚ୍ଚତାରେ ଉଡୁଥିବା ବେଳେ କ୍ୟାବିନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଜୁନ ୧୯ ତାରିଖ ଦିନ ମଧ୍ୟ ଏହି ରୁଟରେ ଉଡୁଥିବା ଏକ ବିମାନରେ ତ୍ରୁଟି ଦେଖାଯିବା ଯୋଗୁ ଜରୁରୀ ଅବତରଣ କରାଇବାକୁ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.