ପୁଣି ଲଜ୍ଜା / ପଡୋଶୀ କରୁଥିଲେ ଦୁଷ୍କର୍ମ ; ଗର୍ଭବତୀ ଛାତ୍ରୀଙ୍କ ପରିବାରର ଏତଲା ପରେ ଅଭିଯୁକ୍ତ ଅଟକ

Published By : Prameya-News7 Bureau | January 19, 2019 IST

ଧର୍ମଗଡ ୧୯|୧: ପୁଣି କଳାହାଣ୍ଡିରେ ଆଉ ଜଣେ ନାବାଳିକା ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ପରିବାର ପକ୍ଷରୁ ଧର୍ମଗଡ ଥାନାରେ ଏତଲା ଦିଆଯାଇଛି । ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ । ପୋକସୋ, ୩୬୭ ଧାରାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ପୀଡିତାଙ୍କ ଡକ୍ତରୀ ମାଇନା କରାଯାଉଛି ।

{"id":75629}

ସୂଚନା ଅନୁସାରେ ଛାତ୍ରୀଙ୍କ ଶରୀରରେ ପରିବର୍ତ୍ତନ ଦେଖି ପରିବାର ସଦସ୍ୟ ସନ୍ଦେହରେ ତାଙ୍କୁ ପଚରାଉଚରା କରିଥିଲେ । ଫଳରେ ଘଟଣା ସଂପର୍କରେ ଜଣାପଡିଥିବା ଏତଲାରେ ଉଲ୍ଲେଖ କରାଯାଇଛି । ଜଣେ ପଡୋଶୀଙ୍କ ଯୌନ ଶୋଷଣର ଶିକାର ହୋଇ ଛାତ୍ରୀ ଜଣଙ୍କ ଗର୍ଭବତୀ ହୋଇଥିବା ଜଣାପଡିଛି । ଛାତ୍ରୀକୁ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ପୀଡିତାଙ୍କ ବାପା ମାଆ ଥାନାରେ ଦେଇଥିବା ଲିଖିତ ଏତଲାରେ ଉଲ୍ଲେଖ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.