ବାପାଙ୍କ ପାଇଁ ଖାଇବାକୁ ନେଇ ଯାଉଥିବା ୭ମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଓ ପଥର ଛେଚି ହତ୍ୟା: ଅଭିଯୁକ୍ତ ଫେରାର
20/01/2019 at 7:58 PM

ଅନୁଗୋଳ ୨୦|୧: ଅନୁଗୋଳ ଥାନା କାଙ୍ଗୁଳା ଗାଁରେ ନାବଳିକାକୁ ଦୁଷ୍କର୍ମ ପରେ ହତ୍ୟା, ବାପାଙ୍କ ପାଇଁ ଖାଇବା ନେଇ ଯିବା ବେଳେ ଘଟିଛି ଘଟଣା, ଏହାପରେ ପଥରରେ ଛେଚି ହତ୍ୟା କରିଛି । ଅଭିଯୁକ୍ତ ସେହି ଗାଁର ଅନାମ ଦେହୁରୀ ଫେରାର ରହିଛି, ବୁଦାମୂଳରୁ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ଅନୁଗୋଳ ପୋଲିସ ସହ SP ଓ ଡିଆଜି ପହଁଚି ତଦନ୍ତ ଆରମ୍ଭ କରିଛି।

ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଅଭିଯୋଗ। ଅଭିଯୁକ୍ତ ଫେରାର। ଘଟଣାସ୍ଥଳକୁ ଡ଼ିଆଇଜି ନରସିଂହ ଭୋଳ, ଏସପି ମିତ୍ରଭାନୁ ମହାପାତ୍ର ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ମଙ୍ଗଳା ସାହିର ଉକ୍ତ ଛାତ୍ରୀ ଘର ଠାରୁ ପ୍ରାୟ 1କିମି ଦୂରରେ ଥିବା ତାଙ୍କ ଦୋକାନକୁ ବାପାଙ୍କ ପାଇଁ ଟିଫିନରେ ଖାଇବାକୁ ନେଇ ଯାଉଥିଲା। ଅପରାହ୍ନ ସମୟରେ ନିଛାଟିଆ ଦେଖି ସେହି ଗାଁର ଗୋଡିସହିର ଅନାମ ଦେହୁରୀ ନାମକ ଜଣେ ଯୁବକ ଛାତ୍ରୀଙ୍କୁ ଅଟକାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ସେ ପାଟି କରିବରୁ ତାକୁ ପଥରରେ ଛେଚି ମାରି ଦେଇଥିଲା। ଏହାପରେ ଶବକୁ ଘୋଷାରି ନେଇ ପ୍ରାୟ 500 ମିଟର ଦୂର ଲିଙ୍ଗରାଜୋଡୀ ନାଳ କୂଳରେ ଥିବା ଏକ ବୁଦା ଭିତରେ ଫିଙ୍ଗି ଦେଇ ପଳାଇ ଥିଲା।

ବହୁ ସମୟ ଧରି ଝିଅ ନଫେରିବାରୁ ତା ମା ଆସି ଖୋଜି ଥିଲେ। ନାଳ କୂଳରେ କ୍ଷତ ବିକ୍ଷତ ଶବ ପଡିଥିବା ଦେଖି ଥିଲେ। ଏହା ପରେ ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ଥିଲେ। ଖବର ପାଇ ପୋଲିସ ପହଂଚି ତଦନ୍ତ ଆରମ୍ଭ କରି ଥିଲା। ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବେ। ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ। ତେବେ ଏଭଳି ଘଟଣାକୁ ନେଇ ସେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।