ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି ଏହି ୭ଜଣ ଷ୍ଟାରକିଡସ,ଜାଣନ୍ତୁ କିଏ ଏମାନେ
5/11/2018 at 5:39 PM

ମୁମ୍ବାଇ ୫/୧୧: ଆଜିକାଲି ବଲିଉଡରେ ଷ୍ଟାରକିଡମାନଙ୍କର ରାଜୁତି ଚାଲିଛି। ଜାହ୍ନବୀ କପୁର,ଈଶାନ୍ ଖତ୍ତର,ଆଲିୟା ଭଟ୍ଟ,ସୁରଜ ପାଞ୍ଚୋଲି,ବରୁନ ଧଓ୍ବନ ବଲିଉଡରେ ନିଜ ଇନିଂସ ଆରମ୍ଭ କରିସାରିଲେଣି। ସେହିପରି ଆଉ ୭ଜଣ ଷ୍ଟାରକିଡ ବଲିଉଡରେ ଖୁବ୍ ଶୀଘ୍ର ପ୍ରବେଶ କରିବାକୁ ଯାଉଛନ୍ତି।
୧.ଖୁସି କପୁର:-ବୋନି କପୁର ଏବଂ ଶ୍ରୀଦେବୀଙ୍କ ଗେହ୍ଲୀ ଝିଅ ଜାହ୍ନବୀ କପୁର ବଲିଉଡରେ ଡେବ୍ୟୁ କରିସାରିଲେଣି। ତାଙ୍କ ସାନ ଝିଅ ଖୁସି କପୁର ମଧ୍ୟ ଖୁବ୍ ଶୀଘ୍ର ବଲିଉଡରେ ନଜର ଆସିବେ।
୨.ଆର୍ୟନ୍ ଖାନ୍:-ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍ ଜଣେ ବଡ଼ ଷ୍ଟାରକିଡ । ସବୁ ଷ୍ଟାରକିଡଙ୍କ ଭଳି ତାଙ୍କୁ ମଧ୍ୟ କରଣ ଜୋହର ଲଞ୍ଚ କରିବେ।
୩.ଅନନ୍ୟା ପାଣ୍ଡେ:-ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ମଧ୍ୟ କରଣ ଜୋହରଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ଇୟର ଜରିଆରେ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହା ସହିତ ଯେ ଗଲି ବୟରେ ରଣବୀର ସିଂଙ୍କ ସହ ନଜର ଆସିବେ। ଦୁଇଟିୁଯାକ ବଡ଼ ବଜେଟର ଫିଲ୍ମ।
୪.ସୁହାନା ଖାନ୍:-କିଙ୍ଗ ଖାନଙ୍କ ପୁଅ ବଲିଉଡରେ ପ୍ରବେଶ କରିବାକୁ ଯାଉଥିବାବେଳେ ଝିଅ ସୁହାନା ମଧ୍ୟ ବଲିଉଡରେ ପ୍ରବେଶ କରିବାକୁ ସଜବାଜ କରୁଛନ୍ତି। ଭୋଗ୍ୟୁ ପତ୍ରିକାର କଭର ପେଜରେ ସୁହାନାଙ୍କ ଫଟୋ ପ୍ରକାଶ ପାଇଥିଲା। ତାଙ୍କ କିଛି ବୋଲ୍ଡ ଫଟୋ ପାଇଁ ମଧ୍ୟ ସେ ଚର୍ଚ୍ଚାରେ ରହିଥିଲେ।
୫.ସାରା ଅଲ୍ଲୀ ଖାନ୍:- ଖାନ୍ ପରିବାରର ସୁନ୍ଦରୀ ଝିଅ ଏବଂ ସୈଫଙ୍କ ଜୀବନ ସାରା ଅଲ୍ଲୀ ଖାନ୍ ବହୁତ ଶୀଘ୍ର ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି। ସେ ବର୍ତ୍ତମାନ କେଦାରନାଥର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ମଧ୍ୟ ଶିମ୍ବା ଫିଲ୍ମରେ ରଣବୀର ସିଂହଙ୍କ ସହ ନଜର ଆସିବେ।
୬.କରଣ ଦେଓଲ:- ସନ୍ନିଙ୍କ ପୁଅ କରଣ ଦେଓଲ ବହୁତ ଜଲଦି ପଲ ପଲ ଦିଲ କେ ପାସ ଫିଲ୍ବରେ ନଜର ବସିବେ। ଏହା ତାଙ୍କ ହୋମ୍ ପ୍ରଡକ୍ସନ୍ ଫିଲ୍ମ ବୋଲି କୁହାଯାଉଛି। କରଣ ତାଙ୍କ ସୁନ୍ଦର ଚେହେରା ପାଇଁ କୋକ୍ ଅଫ୍ ଦ ଟାଉନ ହୋଇଛନ୍ତି।
୭.ଅଭିମନ୍ୟୁ ଦଶାନୀ:-ମୈନେ ପ୍ୟାର କିୟା ଫିଲ୍ମ ପରେ ନିଜ ସୁନ୍ଦର ହସ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଭାଗ୍ୟଶ୍ରୀ ଏହା ପରେ ବଲିଉଡରୁ ଦୂରେଇ ଯାଇଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ପୁଅ ଅଭିମନ୍ୟୁ ଦଶାନୀ ବଲିଉଡରେ ମର୍ଦ କୋ ଦର୍ଦ ନହିଁ ହୋତା ଜରିଆରେ ପ୍ରବେଶ କରିବାକୁ ଯାଉଛନ୍ତି।