୭ ଦିନିଆ ରିମାଣ୍ଡ୍‌ରେ ବ୍ଲାକ୍‌ମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ

Published By : Prameya-News7 Bureau | December 05, 2022 IST

ଭୁବନେଶ୍ୱର, ୦୫/୧୨: ୭ ଦିନିଆ ରିମାଣ୍ଡ୍‌ରେ ବ୍ଲାକ୍‌ମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ । ୧୫ ଦିନିଆ ରିମାଣ୍ଡ୍‌ରେ ନେବା ପାଇଁ ଇଡି କୋର୍ଟରେ ଆବେଦନ କରିିଥିବା ବେଳେ କୋର୍ଟ ୭ ଦିନର ଅନୁମତି ଦେଇଛନ୍ତି ।

ତେବେ ଆଜି କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ୍ । ଜେଲରୁ ବାହାରି କଡ୍ଡା ସୁରକ୍ଷା ବଳୟ ମଧ୍ୟରେ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ସେହିଭଳି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ମଧ୍ୟ କୋର୍ଟରେ ହାଜର ହୋଇଥିଲେ । ହାଜିରା ପରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପାଇଁ ବିଧିବଦ୍ଧ ଆବେଦନ କରିଥିଲା ଇଡି ।

ଅନ୍ୟପଟେ ଶ୍ରଦ୍ଧାଞ୍ଜଳିଙ୍କ ପତ୍ତା ପାଉନି ଇଡି । ବାରମ୍ବାର ସମନ ସତ୍ତ୍ୱେ ଶ୍ରଦ୍ଧାଞ୍ଜଳିଙ୍କ ଠିକଣା ବଦଳି ଯାଇଥିବା ଜଣାପଡିଛି । ଗତକାଲି ଅର୍ଥାତ ରବିବାର ଶ୍ରଦ୍ଧାଞ୍ଜଳିକୁ ଖୋଜିବା ପାଇଁ ଇଡି ପକ୍ଷରୁ ବାଙ୍କି ଚର୍ଚ୍ଚିକା ସାହିରେ ଥିବା ଶ୍ରଦ୍ଧାଞ୍ଜଳିଙ୍କ ବାସଭବନରେ ଚଢାଉ କରିଥିଲା । କିନ୍ତୁ ସେଠାରୁ ଖାଲି ହାତରେ ଫେରିଥିଲା ଇଡି । ଶ୍ରଦ୍ଧାଞ୍ଜଳି ନମିଳିଲେ ତାଙ୍କ ବିରୋଧରେ ଇଡି ଗିରଫ ପରୱାନା ଜାରି କରିପାରେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.