scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟରେ ଅସହ୍ୟ ଗୁଳୁଗୁଳି: ରାଜଧାନୀରେ ୭୯% ଆଦ୍ରତା, ସକାଳ ୮.୩୦ ସୁଦ୍ଧା ୩୨ ଟପିଲା ପାରଦ

16/05/2023 at 11:51 AM

ଭୁବନେଶ୍ୱର ୧୬/୦୫: ରାଜ୍ୟରେ ଅସହ୍ୟ ଗରମ । ପ୍ରବଳ ଗରମ ସହ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଘରେ ରହିବା ହୋଇପଡୁଛି ମୁସ୍କିଲ୍ । ସକାଳୁ ସକାଳୁ ଅସହ୍ୟ ତାତି ସହ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ପୁରୀରେ ଆଦ୍ରତା ୮୭ ପ୍ରତିଶତ ରହିଛି । ସେହିପରି ଗୋପାଳପୁରରେ ୮୪ ପ୍ରତିଶତ, ଚାନ୍ଦବାଲିରେ ୮୩ ପ୍ରତିଶତ, କେନ୍ଦୁଝରରେ ୮୦ ପ୍ରତିଶତ, ଭୁବନେଶ୍ୱର ଓ ପାରାଦୀପରେ ୭୯ ପ୍ରତିଶତ ଆଦ୍ରତା ରହିଛି ।

ବାଲେଶ୍ୱରରେ ୭୮, ହୀରାକୁଦରେ ୭୦, ସମ୍ବଲପୁରରେ ୬୭ ଓ ଝାରସୁଗୁଡ଼ାରେ ୫୬ ପ୍ରତିଶତ ଆଦ୍ରତା ରେକର୍ଡ କରାଯାଇଛି । ଆଦ୍ରତା ଯୋଗୁଁ ଏସବୁ ସ୍ଥାନରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସେହିପରି ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୨ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି ।

   Related Posts