ଅଦାଲତ ନିଯୁକ୍ତି ପ୍ରକ୍ରିୟାରେ ସାମାଜିକ ବିବିଧତା ହ୍ରାସ୍, ୫ ବର୍ଷରେ ସାଧାରଣ ବର୍ଗରୁ ୭୯% ଚୟନ, ସଂଖ୍ୟାଲଘୁଙ୍କୁ ଅଣଦେଖା

Published By : Prameya-News7 Bureau | January 10, 2023 IST

ନୂଆଦିଲ୍ଲୀ: ବିଚାର ବିଭାଗୀୟ ନିଯୁକ୍ତି ପ୍ରକ୍ରିୟାରେ ସାମଜିକ ବିବିଧତା ହ୍ରାସ । ହାଇକୋର୍ଟରେ ଅଧିକ ସଂଖ୍ୟକ ଉଚ୍ଚ ଜାତିରେ ବିଚାରପତି ନିୟୁକ୍ତି ହୋଇଛନ୍ତି । ଗତ ୫ବର୍ଷ ମଧ୍ୟରେ ୭୯ ପ୍ରତିଶତ ଜର୍ଜ ଉଚ୍ଚ ଜାତିର । ମାତ୍ର ୨ପ୍ରତିଶତ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ ରିପୋର୍ଟ ପ୍ରକାଶ କରିଛି କେନ୍ଦ୍ର ଆଇନ ମନ୍ତ୍ରଣାଳୟର ସଂସଦୀୟ ପ୍ୟାନେଲ କମିଟି ।

ସଂସଦୀୟ ପ୍ୟାନେଲ୍ ବୋର୍ଡର ରିପୋର୍ଟ ମୁତାବକ, ୨୦୧୮-୨୦୨୨ ମଧ୍ୟରେ ଦେଶର ମୋଟ୍ ୨୫ଟି ଉଚ୍ଚ ନ୍ୟାୟଳୟରେ ୫୩୭ଜଣ ବିଚାରପତି ନିଯୁକ୍ତି ପାଇଛନ୍ତି । ଏଥିମଧ୍ୟରୁ ସାଧାରଣ ବର୍ଗରୁ ୭୯ ପ୍ରତିଶତ ବିତାରପତିଙ୍କୁ ନିଯୁକ୍ତି ମିଳୁଛି । ପଛୁଆ ବର୍ଗରୁ ୧୧ ପ୍ରତିଶତ ଜର୍ଚ୍ଚ ନିଯୁକ୍ତି ପାଇଥିବାବେଳେ ୨.୬ ପ୍ରତିଶତ ଅନୁସୂତିତ ଜାତି ଓ ୧.୩ ପ୍ରତିଶତ ଜନଜାତି ବର୍ଗରୁ ନିଯୁକ୍ତି ପାଇଛନ୍ତି । ଗତ ୫ ବର୍ଷରେ ଉଚ୍ଚ ଜାତିରୁ ୪୨୪ଜଣ, ଓବିସିରୁ ୫୭ଜଣ, ଅନୁସୂତିତ ଜାତି ବର୍ଗରୁ ୧୫ଜଣ, ଜନଜାତି ବର୍ଗରୁ ୭ଜଣ ଏବଂ ସଂଖ୍ୟାଲଘୁ ବର୍ଗରୁ ୧୪ ଜର୍ଜ ଭାବେ ନିଯୁକ୍ତି ପାଇଛନ୍ତି ।

ଅଦାଲତ ନିଯୁକ୍ତି ପ୍ରକ୍ରିୟାରେ ସାମାଜିକ ବିବିଧତା ରଖିବା ନ୍ୟାୟପାଳିକାର କାର୍ଯ୍ୟ । ସୁପ୍ରିମକୋର୍ଟ କଲେଜିୟମ ଓ ହାଇକୋର୍ଟ କଲେଜିୟମ ଏଥିରେ ପ୍ରାଥମିକତା ଦେଇଥାଏ ବୋଲି ଆଇନ ମନ୍ତ୍ରଣାଳୟ ପ୍ୟାନେଲ ବୋର୍ଡ କହିଛି । ବିଚାରପତିଙ୍କ ଏକ କଲେଜିୟମ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଦୁଇଟି ସ୍ତରେ କାର୍ଯ୍ୟ କରେ । ସିଜିଆଇଙ୍କ ନେତୃତ୍ବରେ ୪ଜଣିଆ ସଦସ୍ୟ କମିଟି ସୁପ୍ରିମକୋର୍ଟ ଅଭିଜ୍ଞ ଜର୍ଜ ନିଯୁକ୍ତି ପାଇଁ ସୁପାରିସ୍ କରିଥାନ୍ତି । ସେହିପରି ହାଇକୋର୍ଟର ତିନି ଜଣିଆ କଲେଜିୟମ କମିଟି ନିଜ ବେଞ୍ଚର ବିଚାରପତିଙ୍କ ନାଁ ସୁପାରିସ୍ କରିଥାଏ । ସଂସଦୀୟ ସ୍ଥାୟୀ କମିଟିର ସଦ୍ୟ ରିପୋର୍ଟ ଅନୁଯାୟୀ, କଲେଜିୟମ ନିଯୁକ୍ତି ପ୍ରକ୍ରିୟାରେ ସାମାଜିକ ବିଭିଧତା ରକ୍ଷା କରିବାରେ ବିଫଳ ହୋଇଥିବା କୁହାଯାଇଛି ।

ଆଇନ ମନ୍ତ୍ରଣାଳୟ ସ୍ପଷ୍ଟ କରିଯେ, ସାମ୍ବିଧାନର ଧାରା ୨୧୭ ଓ ଧାରା ୨୨୪ ଅନୁଯାୟୀ, ବିଚାର ବିଭାଗୀୟ ନିଯୁକ୍ତି ପ୍ରକ୍ରିୟାରେ କୌଣସି ପ୍ରକାର ସଂରକ୍ଷଣ କଲେ ନାହିଁ । ଅନ୍ୟପଟେ ସାମାଜିକ ବିବିଧତା ନେଇ ବିଚାର କରିବାକୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ମନ୍ତ୍ରଣାଳୟ ଅନୁରୋଧ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.