scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହଙ୍ଗା ପଡିଲା ତ୍ରୁଟି ପୂର୍ଣ୍ଣ ଚିକିତ୍ସା, ନର୍ସିଂ ହୋମ୍‌କୁ ଦେବାକୁ ପଡିବ ୭୮ ଲକ୍ଷର ଫାଇନ

12/07/2023 at 2:50 PM

Sparsh Nursing Home , Sambalpur

ସମ୍ୱଲପୁର ୧୨/୦୭: ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଡାକ୍ତର ଓ ନର୍ସିଂହୋମ କର୍ତ୍ତୃପକ୍ଷଙ୍କୁ ପଡିଛି ମହଙ୍ଗା । ଅଭିଯୋଗ ପରେ ଖାଉଟି ଅଦାଲତ ଏହାର ଶୁଣାଣି କରି ରୋଗୀଙ୍କୁ କ୍ଷତିପୂରଣ ଆକାରରେ ୭୮ ଲକ୍ଷ ଟଂକା ପଇଠ କରିବା ନେଇ ଡାକ୍ତର ଓ ନର୍ସିଂ ହୋମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିପୂରଣ ଦେବାରେ ବିଳମ୍ବ କଲେ ବାର୍ଷିକ ୧୨ ପ୍ରତିଶତ ସୁଧ ଦେବାକୁ ରାୟରେ ଉଲ୍ଲେଖ ରହିଛି ।

ସୂଚନାଥାଉକି, ୮ ନଭେମ୍ବର ୨୦୧୭ରେ ମୋଦିପଡାର ସୁମିତ ଦାଶ ସମ୍ବଲପୁରରୁ ବୁର୍ଲା ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କର ଡାହାଣ ଗୋଡ, ପାଦ, ଡାହାଣ ହାତର ବିଭିନ୍ନ ସ୍ଥାନରେ କ୍ଷତ ହେବା ସହ ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଥିଲେ । ସେଠାରେ ଅସ୍ଥିଶୈଲ୍ୟ ବିଶେଷଜ୍ଞ ଡାକ୍ତର ସୁରଜ ଜୈନ ସୁମିତଙ୍କ ସର୍ଜରୀ କରିବା ପାଇଁ ଭୀମସାରରେ ୪ଦିନ ସମୟ ଲାଗିବ ଓ ଯଦି ସମ୍ବଲପୁର ସହର ସ୍ଥିତ ସ୍ପର୍ଶ ସିଟି ଯାଆନ୍ତି ତେବେ ସେହି ଦିନ ହିଁ ସର୍ଜରୀ ହେବ ବୋଲି ସୁମିତଙ୍କ ବଡ ଭାଇ ଅମିତ କୁମାର ଦାଶଙ୍କୁ କହିଥିଲେ ।

ଡାକ୍ତରଙ୍କ କହିବା ମୁତାବକ ତାଙ୍କୁ ପରଦିନ ହିଁ ସ୍ପର୍ଶ ସିଟିକୁ ନିଆଯାଇଥିଲା । ସେଠାରେ ୧୨ଦିନ ଧରି ଚିକିତ୍ସା ଚାଲିଥିଲା । ତେବେ ସେଠାରେ ନର୍ସିଂହୋମର ଦାବି ମୂତାବକ ସୁମିତଙ୍କ ପରିବାର ଲୋକେ ୧ ଲକ୍ଷ ୨୬ ହଜାର ୬୭୬ ଟଂକା ଦେଇଥିଲେ । ତେବେ ସର୍ଜରୀ ସମୟରେ ଆଣ୍ଠୁ ଓ ଅନ୍ୟନ୍ୟା ସ୍ଥାନରେ ଷ୍ଟେନଲେସ ଷ୍ଟିଲ ବଦଳରେ ଟାଇଟେନିୟମ ବ୍ୟବହାର କରିବାକୁ ସୁମିତଙ୍କ ବଡ ଭାଇ ଅମିତ ଲଗାତାର କହି ଆସୁଥିଲେ ।

ହେଲେ ସର୍ଜରୀରେ ତୃଟି ଯୋଗୁଁ ତାହା ବାରମ୍ବାର ପାଚିବା ସହ ରାଜ୍ୟ ବାହାରକୁ ଯାଇ ଚିକିତ୍ସା କରିବାକୁ ପଡିଥିଲା । ଏଥିରେ ଖର୍ଚ୍ଚାନ୍ତ ହେବା ସହ ସୁମିତ ଦୀର୍ଘ ଦିନ କର୍ମ ସଂସ୍ଥାନରେ ଯୋଗ ଦେଇ ପାରିନଥିଲେ । ଫଳରେ ଇନଫୋସିସ ଭଳି ନାମୀ ସଂସ୍ଥା ସୁମିତଙ୍କୁ ଚାକିରୀରୁ ବିଦା କରିଥିଲା । ଫଳରେ ଡାକ୍ତର ଜୈନ ଏବଂ ସ୍ପର୍ଶ ସିଟି ହସପିଟାଲ କର୍ତ୍ତୃପକ୍ଷ ଅନନ୍ୟା ଅନୁସୟା ନାୟକ, ଡାକ୍ତର ସଂଜୟ ଭୋଇ, ସ୍ପର୍ଶ ନର୍ସିଂ ହୋମ ବିରୁଦ୍ଧରେ ସୁମିତ ଦାସ ଓ ତାଙ୍କ ବାପା ଅରବିନ୍ଦ ଦାସ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ।

ଅଦାଲତ ଏହାର ଶୁଣାଣି କରି ଡାକ୍ତର ଜୈନ, ସ୍ପର୍ଶ ସିଟି ହସପିଟାଲର ଡାକ୍ତର ସଂଜୟ ଭୋଇ ଏବଂ ହସପିଟାଲ କର୍ତ୍ତୃପକ୍ଷ ଶ୍ରୀମତି ନାୟକଙ୍କୁ ମେଡିକାଲ ଖର୍ଚ୍ଚ ବାବଦକୁ ୨ ଲକ୍ଷ ୪୧ ହଜାର ଟଙ୍କା, ରୋଜଗାର ଶୂନ୍ୟ ଜନିତ କ୍ଷତି ବାବଦକୁ ୧୬ ଲକ୍ଷ ୨୫ ହଜାର ୪୦ ଟଙ୍କା ସମେତ ତିନି ପକ୍ଷ ୨୦ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦଶେ ଦେଇଛନ୍ତି । ଜିଲ୍ଲା ଖାଉଟି ଅଦାଲତ ସଭାପତି ରାଧାକାନ୍ତ ଶତପଥୀ ଏହାର ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି । ଯଦି ଏହା ବିଳମ୍ବ ହୁଏ ବାର୍ଷିକ ୧୨ ପ୍ରତିଶତ ସୁଧ ଦେବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି ।

you can also read..

   Related Posts