ନୂଆଦିଲ୍ଲୀ: ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ମୁକ୍ତିର ଆନନ୍ଦ । ସବୁଠି ଉତ୍ସାହ, ଫର୍ ଫର୍ ହୋଇଉଡ଼ୁଛି ତ୍ରିରଙ୍ଗା । କେଶର, ସବୁଜ ଏବଂ ଶ୍ବେତ ରଙ୍ଗ ସହ ଅଶୋକ ଚକ୍ର ବଖାଣୁଛି ଭାରତର ଐତିହ୍ୟ, ପରମ୍ପରା, ସଂସ୍କୃତିର ଗାଥା । ୧୦ମ ଥର ପାଇଁ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
wp:html/wp:html#WATCH | PM Modi says the national character of a nation is the biggest catalyst agent to become a developed nation
— ANI (@ANI) August 15, 2023
"In next 25 years, we must move forward with the mantra of unity.." PM says. pic.twitter.com/agzvOxrS9S
ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ବର୍ତ୍ତା ଦେଇଛନ୍ତି । ପିଏମ ମୋଦିଙ୍କ ସମ୍ବୋଧିତ କରି କହିଛନ୍ତି, ମଣିପୁରରେ ଶାନ୍ତି ଫେରୁଛି । ମଣିପୁର ସହ ସାରା ଦେଶ ରହିଛି ଅମୃତକାଳର ପ୍ରଥମ ବର୍ଷରେ ଆମେ ପ୍ରବେଶ କରିଛେ । ଅମୃତକାଳର ଘଟଣା ଆସନ୍ତା ହଜାରେ ବର୍ଷ ଧରି ପ୍ରଭାବ ପକାଇବ । ସାରା ବିଶ୍ବରେ ଭାରତର ସାମର୍ଥ୍ୟ ପ୍ରତି ନୂଆ ବିଶ୍ବାସ ଦେଖାଦେଇଛି Demography, Democracy, Diversity ତ୍ରିବେଣୀ ଆମ ଶକ୍ତି । ଦେଶର କୋଟି କୋଟି ସ୍ବପ୍ନ ଏବଂ ସଂକଳ୍ପ, ଲକ୍ଷ୍ୟ ସ୍ଥଳରେ ଆମକୁ ପହଞ୍ଚାଇବ।
wp:html/wp:html#WATCH | PM Modi appeals for peace in Manipur from the ramparts of the Red Fort on 77th Independence Day
— ANI (@ANI) August 15, 2023
"The country stands with the people of Manipur...Resolution can be found through peace only. The Centre and the State government is making all efforts to find resolution." pic.twitter.com/TbQr0iopY6
ଦେଶର ଯୁବ ଶକ୍ତିକୁ ପ୍ରୋତ୍ସାହିତ କରୁଛି ଭାରତର ଡିଜିଟାଲ୍ ଇଣ୍ଡିଆ । ଏହାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଜୋର ଧରିଛି । ଦେଶର ଯୁବବର୍ଗଙ୍କୁ ସୁଯୋଗର ଅଭାବ ନାହିଁ । ଦେଶର ବିକାଶରେ ଶ୍ରମିକ, କୃଷକ ଏବଂ ମହିଳାଙ୍କ ହାତ ରହିଛି । କୋଭିଡ୍ କାଳରେ ବିଶ୍ବକୁ ଏକ ନୂଆ ସାମର୍ଥ୍ୟର ବାର୍ତ୍ତା ଦେଇଛି ଭାରତ । ବିଶ୍ବରେ ବିକାଶ ଏବଂ ସ୍ଥିରତାର ବାର୍ତ୍ତା ଦେଇଛି । ଭାରତ ବିକାଶ ପାଇଁ ସ୍ଥିର ଏବଂ ମଜଭୁତ ସରକାର ଜରୁରୀ ରହିଛି । ବର୍ତ୍ତମାନର ସରକାର ସର୍ବ-ଜନ-ହିତାୟ ଉପରେ ବିଶ୍ବାସ ରଖୁଛି । ରିଫର୍ମ, ପରଫର୍ମ ଏବଂ ଟ୍ରାନସଫର୍ମ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଉଦବୋଧନରେ କହିଛନ୍ତି ।
wp:html/wp:html#WATCH | Prime Minister Narendra Modi hoists the National Flag at the Red Fort in Delhi, on #IndependenceDay pic.twitter.com/lO3SRCM7kZ
— ANI (@ANI) August 15, 2023