କଟକରେ ସ୍ବାଧୀନତା ଦିବସ ପାଳିତ, ପତାକା ଉତ୍ତୋଳନ କରି ସହରର ଭାଇଚାରାକୁ ଭୂୟସୀ ପ୍ରଶଂସା କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

Published By : Prameya-News7 Bureau | August 15, 2023 IST

କଟକ ୧୫।୮: ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ । କଟକରେ ମଧ୍ୟ ସ୍ବାଧୀନତା ଦିବସ ପାଳିତ ହୋଇ।ଯାଇଛି । କଟକ ବାରବାଟୀ ଷ୍ଟାଡିୟମ୍‌ରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ କଟକର ଭାଇଚାରାକୁ ଭୂୟସୀ ପ୍ରଶଂସା କରିଛନ୍ତି ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ।

{"id":831078,"sizeSlug":"full","linkDestination":"none"}

ସେ ଆହୁରି କହିଛନ୍ତି, ଆଜିର ଦିନରେ କଟକର ଭାଇଚାରା ଭାରତକୁ ଦିଗଦର୍ଶନ ଦେଉଛି । କଟକର ସାମଗ୍ରିକ ବିକାଶ ପାଇଁ ସରକାର ଏକାଧିକ ପ୍ରକଳ୍ପ ହାତକୁ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶା ବିକାଶଶୀଳ ରାଜ୍ୟ ଆଡକୁ ଅଗ୍ରସର ହେଉଛି । ସ୍ବତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ କରିବାରେ ଓଡ଼ିଶା ଅଗ୍ରଗଣ୍ୟ ।

{"id":831079,"sizeSlug":"full","linkDestination":"none"}

ଗାଁ ଗଣ୍ଡାରେ ଯୁଗୋପଯୋଗୀ ଶିକ୍ଷା ବ୍ୟବସ୍ଥା ପାଇଁ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉଛି । ରାଜ୍ୟର ୪୩୭୩ ଗାଁରେ ବ୍ୟାଙ୍କ ସେବା ନଥିଲା । ଏବେ ରାଜ୍ୟ ସରକାର ସେହିସବୁ ଗାଁରେ ବ୍ୟାଙ୍କ ସେବା ପହଞ୍ଚାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/cm-naveen-pattnaik-flag-hosting/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cm-naveen-pattnaik-flag-hosting/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.