ତାତିରେ ଆଉଟୁପାଉଟୁ ସାରା ରାଜ୍ୟ, ରାଜଧାନୀରେ ୩୨.୨ ଡ଼ିଗ୍ରୀ ପାରଦ ସହ ୭୭% ଆଦ୍ରତା ରେକର୍ଡ
29/05/2023 at 11:40 AM

ଭୁବନେଶ୍ୱର ୨୯/୦୫: ସାରା ରାଜ୍ୟରେ ତାତିର ପ୍ରକୋପ । ସକାଳୁ ସକାଳୁ ଖରାର ପ୍ରକୋପରେ ହନ୍ତସନ୍ତ ଲୋକେ । ଘରୁ ବାହାରିବା ମୁସ୍କିଲ୍ ହୋଇପଡିଛି । ଏପରିକି ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ରହୁଛି । ବାହାରେ ତ ବାହାରେ ଘରେ ରହିବା କଷ୍ଟକର । ଖାସ୍ କରି ରାଜଧାନୀରେ ୩୨.୨ ଡ଼ିଗ୍ରୀ ପାରଦ ସହ ୭୭% ଆଦ୍ରତା ରେକର୍ଡ ହୋଇଛି ।
ସେପଟେ ଆସନ୍ତା ଜୁନ୍ ପହିଲାରୁ ରାଜ୍ୟରେ ପୁଣି ବଢ଼ିବ ତାତି । ଉତ୍ତର ପଶ୍ଚିମ ଭାଗରୁ ପବନ ବହିବ । ତତଲା ପବନ ପ୍ରଭାବରେ ରାଜ୍ୟରେ ତାତି ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓ ପୂରା ଓଡ଼ିଶାରେ ତାତି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ବିଶେଷ କରି ଜୁନ୍ ୨ରୁ ପ୍ରବଳ ଖରା ଅନୁଭଊତ ହେବ ।
ଖାଲି ଆଭ୍ୟନ୍ତରୀଣ ନୁହେଁ, ପୂରା ରାଜ୍ୟରେ ରହିବ ତାତିର ପ୍ରଭାବ । ତେବେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇପାରେ । ସେହିପରି ଓଡ଼ିଶାରେ ମୌସୁମୀ ପହଞ୍ଚିବା ବିଳମ୍ବ ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି ।