Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୂର୍ବତଟ ରେଳପଥ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳନ, ପତାକା ଉତ୍ତୋଳନ କଲେ ମହାପ୍ରବନ୍ଧକ

15/08/2022 at 6:50 PM

ଭୁବନେଶ୍ୱର, ୧୫/୦୮: ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଜାତୀୟ ପତାକା ଉତ୍ତୋଳନ କରି ରେଳବାଇ ସୁରକ୍ଷା ବଳ (RPF) ଦ୍ଵାରା ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ଅତିବାହିତ ହୋଇଥିବା ଯାତ୍ରା ଆମ ଦେଶବାସୀଙ୍କ ଧୌର୍ଯ୍ୟ, କଠିନ ପରିଶ୍ରମ, ଅଟଳ ପ୍ରତିଜ୍ଞା, ନମନୀୟତା ଓ ଅଧ୍ୟବସାୟର ପ୍ରତିଫଳନ । ଯାହାକି ଜାତୀୟ ବିକାଶ କ୍ଷେତ୍ରରେ ରେଳପଥର ଭୂମିକା ପ୍ରତ୍ୟକ ଦିଗରେ ଅତୁଳନୀୟ ଓ ବାସ୍ତବରେ ଏହା ହେଉଛି ‘ଦେଶର ଜୀବନ ରେଖା’ ।

ସ୍ବାଧୀନତାର ୭୫ ବର୍ଷ ତଥା ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ପୂର୍ବତଟ ରେଳପଥ ବିଭିନ୍ନ ପଦକ୍ଷେପମାନ ହାତକୁ ନେଇଥିଲା ।ଯେଉଁଥିରେ ପ୍ରତି ଘରେ ତ୍ରିରଙ୍ଗା (ହର ଘର ତ୍ରିରଙ୍ଗା), ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ, ରାଷ୍ଟ୍ରୀୟ ବୀରମାନଙ୍କ ସମ୍ବନ୍ଧରେ ପ୍ରଦର୍ଶନୀ, ବାଇକ୍ ରାଲି ଇତ୍ୟାଦି କାର୍ଯ୍ୟକ୍ରମ ମାନ ପାଳନ କରାଯାଇଅଛି ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ।

ରେଳ କର୍ମଚାରୀ, ସେମାନଙ୍କର ପରିବାର ବର୍ଗ, ଉପଭୋକ୍ତା ଓ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସୂଚନା ଦେଇ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ, ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳପଥ ୨୦୨୭ ସୁଦ୍ଧା ୩୦୦୦ ନିୟୁତ ଟନ ମାଲ ବୋଝେଇ ହାସଲ କରିବା ପାଇଁ ଲକ୍ଷ ରଖିଛି । ଯେଉଁଥିରେ ପୂର୍ବତଟ ରେଳପଥର ଏକ ପ୍ରମୁଖ ଅଂଶ ଅର୍ଥାତ ୫୦୦ ନିୟୁତ ଟନ ମାଲ ବୋଝେଇ କରିବାକୁ ଲକ୍ଷଧାର୍ଯ୍ୟ କରାଯାଇଅଛି | ଏହି ସଫଳତା ପାଇଁ ଅନେକ ଗୁଡିଏ ଭିତ୍ତିଭୂମି ମୂଳକ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଅଛି । ଯାହାଦ୍ୱାରା ରେଳ ଭିତ୍ତିଭୂମି ବିସ୍ତାର ଓ ରେଳ ପରିସୀମାରେ ଗତିଶୀଳତା ବୃଦ୍ଧି ପାଇଁ ପାର୍ବତ୍ୟାଞ୍ଚଳ ଓ ଶିଳ୍ପାଂଚଳକୁ ଯୋଗାଯୋଗ ସ୍ଥାପିତ ହୋଇ ପାରିବ | ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡିକର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସବୁ ରେଳମଣ୍ଡଳ ଗୁଡିକରେ ଗତି ଶକ୍ତି ୟୁନିଟ ଗଠନ କରାଯାଇଛି ।

ଏହି ଅବସରରେ ଶ୍ରୀ ଶ୍ରୀବାସ୍ତବ ପୂର୍ବତଟ ରେଳପଥର ପ୍ରଦର୍ଶନ ଏବଂ ରେଳ କର୍ମଚାରୀଙ୍କ ଦ୍ୱାରା ଯାତ୍ରୀ ସୁବିଧା, ସୁରକ୍ଷା ଏବଂ ନିରାପତ୍ତା, ରେଳ ଭିତ୍ତିଭୂମିର ସମ୍ପ୍ରସାରଣ, ଡିଜିଟାଲ ଇନିସିଏଟିଭ୍ ଏବଂ ମାନବ ସମ୍ବଳ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । ଗତ ଆର୍ଥିକ ବର୍ଷରେ ଉତ୍ତମ ପ୍ରଦର୍ଶନ ଓ ନିଷ୍ଠାପର ଉଦ୍ୟମ ପାଇଁ ଶ୍ରୀ ଶ୍ରୀବାସ୍ତବ ରେଳ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଉତ୍ସବକୁ ସ୍ମରଣୀୟ କରିବାପାଇଁ ରେଳ କର୍ମଚାରୀମାନଙ୍କ ଦ୍ୱାରା ଦେଶଭକ୍ତ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଉପସ୍ଥାପନ କରାଯାଇଥିଲା | ଏହି ଅବସରରେ ପୂର୍ବତଟ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ବିଭାଗୀୟ ମୁଖ୍ୟ, ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଦସ୍ୟ, ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ | ଉପମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

   Related Posts