୭୬ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରିଛି: RBI

Published By : Prameya-News7 Bureau | July 03, 2023 IST

ନୂଆଦିଲ୍ଲୀ: ପ୍ରଚଳନରୁ ୨୦୦୦ ପ୍ରତ୍ୟାହାର ଘୋଷଣା ହେବା ପରେ ଏପର୍ଯ୍ୟନ୍ତ ୭୬%  ନୋଟ୍ ବ୍ୟାଙ୍କକୁ ଫେରିଛି। ସୋମବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨,୦୦୦ ଟଙ୍କିଆ ନୋଟର ୮୭ ପ୍ରତିଶତ ବ୍ୟାଙ୍କରେ ଜମା ହୋଇଥିବା ବେଳେ ଅବଶିଷ୍ଟ ୧୩ ପ୍ରତିଶତ ବଦଳି କରାଯାଇଛି ବୋଲି ଆର୍‌ବିଆଇ କହିଛି।

ବ୍ୟାଙ୍କଗୁଡିକ ଦେଇଥିବା ତଥ୍ୟ ଅନୁସାରେ ମେ ୧୯ ତାରିଖରେ ନୋଟ୍ ପ୍ରତ୍ୟାହାର ନେଇ ଘୋଷଣ ହେବା ପରଠାରୁ ଜୁନ୍ ମାସ ସୁଦ୍ଧା ମୋଟ ୨.୭୨ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ବ୍ୟାଙ୍କକୁ ଫେରିଛି। ଜୁନ ୩୦ରେ କାରବାର ବନ୍ଦ ହେବା ପରେ ୨୦୦୦ ଟଙ୍କିଆ ନୋଟ୍ ୦.୮୪ ଲକ୍ଷ କୋଟି ରହିଥିଲା ବୋଲି ଆର୍‌ବିଆଇ କହିଛି।

RBI Governor Shaktikanta Das' address: Key takeaways | Deccan Herald

ସୂଚନା ଥାଉକି, ଚଳିତ ବର୍ଷ ମେ ୧୯ ତାରିଖରେ ଆର୍‌ବିଆଇ ୨୦୦୦ ଟଙ୍କିଆ ପ୍ରଚଳନକୁ ପ୍ରତ୍ୟାହାର କରି ନେଇଥିଲା। ଯାହା ପାଖରେ ଟଙ୍କା ଥିବା ସେମାନେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହାକୁ ବ୍ୟାଙ୍କରେ ବଦଳାଇ ପାରିବେ ବୋଲି ଆର୍‌ବିଆଇ ଘୋଷଣା କରିଥିଲା।

ପଢ଼ନ୍ତୁ-ଅଚଳ ନୁହେଁ ୨୦୦୦ ଟଙ୍କିଆ ନୋଟ୍, କେବଳ ଫେରାଇ ନିଆଯାଉଛି; କହିଲେ ଆରବିଆଇ ଗଭର୍ଣ୍ଣର

ଟଙ୍କା ବଦଳାଇବା ବେଳେ ଗ୍ରାହକଙ୍କ ଯେପରି କିଛି ସମସ୍ୟା ନୁହେଁ, ସେଥିପାଇଁ ଧ୍ୟାନ ଦେବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ନୋଟ୍ ବଦଳାଇବା ଲାଗି ବ୍ୟାଙ୍କରେ କୌଣସି ପରିଚୟ ପତ୍ର ଦେବାକୁ ପଡ଼ିବ ନାହିଁ। କୌଣସି ଫର୍ମ ମଧ୍ୟ ଭରିବାକୁ ପଡ଼ିନାହିଁ । ଜଣେ ବ୍ୟକ୍ତି  ଥରକେ ୧୦ଟି ନୋଟ୍ ବଦଳାଇ ପାରିବେ ବୋଲି ଘୋଷଣା କରାଯାଇଥିଲା। ତେବେ ଏହା ବିରୋଧରେ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ।

76% Of Rs 2,000 Notes In Circulation Have Been Returned: RBI

ଟଙ୍କା ବଦଳାଇବା ଗାଇଡଲାଇନ୍:୧- ଯେକୌଣସି ବ୍ୟାଙ୍କରେ ନୋଟ୍ ବଦଳ କରିପାରିବେ । ୨- ଷ୍ଟେଟବ୍ୟାଙ୍କ ସକ୍ୟୁଲାର ଅନୁଯାୟୀ, ନୋଟ୍ ବଦଳ ପାଇଁ କୌଣସି ଫର୍ମ କିମ୍ବା ପରିଚୟ ପତ୍ର ଦରକାର ପଡ଼ିବ ନାହିଁ । ୩ -ଥରକେ ୨୦ ହଜାର ଟଙ୍କା ବଦଳ କରିହେବ । ୪ – ଜଣେ ବ୍ୟକ୍ତି ବାରମ୍ବାର ଟଙ୍କା ବଦଳାଇ ପାରିବେ କିନ୍ତୁ ବ୍ୟାଙ୍କ କ୍ୟୁରେ ପଛକୁ ଯିବାକୁ ହେବ । ୫- ବ୍ୟାଙ୍କରେ ଆକାଉଣ୍ଟ ନଥିଲେ ବି ନୋଟ୍ ବଦଳ କରିପାରିବେ । ୬- ୩୦ ସେପ୍ଟେମ୍ବର ଡେଡଲାଇନ୍ ପରେ ମଧ୍ୟ ୨ହଜାର ଟଙ୍କା ଅଚଳ ହେବ ନାହିଁ।

RBI withdraws ₹2000 note from circulation, to remain legal tender | Mint

ପଢ଼ନ୍ତୁ-୩ ବର୍ଷରେ ୨.୪୪ ଲକ୍ଷ ୨୦୦୦ ହଜାର ଟଙ୍କିଆ ନୋଟ୍ ବଜାରରୁ ଗାଏବ, ଜାଣନ୍ତୁ କ’ଣ କହିଲା RBI

ନୋଟବନ୍ଦୀରେ ନଗଦ ଆବଶ୍ୟକତାକୁ ପୂରଣ କରିବାକୁ ପାଇଁ ଆରବିଆଇ ୨୦୦୦ ଟଙ୍କା ନୋଟ୍‌କୁ ବଜାରକୁ ଛାଡ଼ିଥିଲା । ହେଲେ ଏବେ କ୍ଲିନ୍ ନୋଟ୍ ପଲିସି’ ଆଧରରେ ନୋଟ୍‌କୁ ଫେରାଇ ନିଆଯାଉଛି । ଏହି ନୋଟ୍‌କୁ ଫେରାଇ ନେବା ନିଷ୍ପତ୍ତି ମୁଦ୍ରା ପ୍ରବନ୍ଧନର କ୍ଷମତା ଭିତରେ ଆସୁଛି । ତେଣୁ ଏହି ନୋଟ୍‌କୁ ଆରବିଆଇ ଫେରାଇ ନେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.