ଏହି ଦେଶରୁ ମିଳିଲା ୭୬ ଶିଶୁଙ୍କ କଙ୍କଳା, ବାହାର କରାଯାଇଛି ହୃତପିଣ୍ଡ, ଦିଆଯାଇଥିଲା ବଳି

Published By : Prameya-News7 Bureau | October 07, 2022 IST

ନୂଆଦିଲ୍ଲୀ: ପେରୁରୁ ଏକ ଲୋମହର୍ଷଣକାରୀ ମାମଲା ସାମନାକୁ ଆସିଛି । ଏଠାରେ ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ ଡର୍ଜନ ଡର୍ଜନ ପିଲାଙ୍କ କଙ୍କାଳ ମିଳିଛି । ଆଗକୁ ଆହୁରି ଅନେକ ମିଳିବାର ସମ୍ଭାବନା ରହିଛି । ବଳି ପାଇଁ ପିଲମାନଙ୍କୁ ହତ୍ୟ କରାଯାଇଥିଲା । ଏହାସହ ପିଲାଙ୍କ ହୃତପିଣ୍ଡ ବାହାର କରି ନିଆଯାଇଥିବା କଙ୍କାଳ ଗୁଡିକର ଅନୁଧ୍ୟାନରୁ ଜଣାପଡିଛି । ଫ୍ଲୋରିଡା ବିଶ୍ୱବିଦ୍ୟାଳୟରେ ସହାୟକ ପ୍ରଫେସର ଗେବ୍ରିୟଲ ପ୍ରିତୋ କହିଛନ୍ତି, ଜୋ ହୁଆଁଚାକୋ ନିକଟ ପମ୍ପା ଲା କ୍ରୁଜରେ ଖନନ କରାଯାଇଛି, ଏଠାରେ ପିଲାମାନଙ୍କ ଅବଶେଷ ମିଳିଛି । ସେ କହିଛନ୍ତି, ସମସ୍ତ ୭୬ କଙ୍କାଳରେ ଟ୍ରାନ୍ସଭର୍ସାଲ୍ କ୍ଲିନ କଟ୍ ଥିଲା, ସମ୍ଭବତଃ ରିବ କେଜ୍ ଖୋଲି ହୃତପିଣ୍ଡ ଗୁଡିକୁ ବାହାର କରାଯାଇଛି।   

ରିପୋର୍ଟ ଅନୁସାରେ, ପୂର୍ବ ଦିଗରେ ଗୋଡ କରି ପିଲାମାନଙ୍କୁ ପୋତା ଯାଇଥିଲା । ତେବେ ଏହି ସ୍ଥାନରେ ହିଁ ବଳି ଦିଆଯାଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ପମ୍ପା ଲା କ୍ରୁଜରେ ଅନେକ ବର୍ଷରୁ ଖନନ କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୩୨୩ ପିଲାଙ୍କ କଙ୍କାଳ ମିଳିସାରିଛି । ଏହାଛଡା ଅନ୍ୟ ୧୩୭ ଜଣ ଶିଶୁ ଏବଂ ତିନି ବୟସ୍କଙ୍କ କଙ୍କାଳ ଲାମାସ ନାମକ ଅନ୍ୟ ଏକ ଖନନ ଅଞ୍ଚଳରୁ ମିଳିଛି । ଏଠାରେ ମଧ୍ୟ ଶିଶୁଙ୍କ ହୃତପିଣ୍ଡ ବାହାର କରାଯାଇଛି।

ପ୍ରଫେସର ପ୍ରିତୋ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଖନନରୁ ମିଳୁଥିବା ତଥ୍ୟ ଆଧାରରେ, ହୁଆଁଚାକୋ ନିକଟରେ ଅନେକ ଶିଶୁଙ୍କୁ ବଳି ଦିଆଯାଇଥିବା ଆଶଙ୍କା କରାଯାଉଛି । ଏହି ସଂଖ୍ୟା ୧୦୦୦ରୁ ଅଧିକ ହୋଇପାରେ । ପ୍ରିତୋ କହିଛନ୍ତି, ୭୬ ନୂଆ କଙ୍କଳାକୁ ରେଡିଓକାର୍ବନ ଡେଟିଂର ଆବଶ୍ୟକତା ରହିଛି । ଅନ୍ୟପଟେ ଏହାର ନମୂନା ବାହାରକୁ ନେବା ପାଇଁ ପେରୁ ସଂସ୍କୃତି ମନ୍ତ୍ରଣାଳୟକୁ ଅନୁମତି ଲୋଢିଛି । ଏହି କଙ୍କାଳ ଗୁଡିକର ସଠିକ ସମୟ ଏବଂ ତାରିଖ ଜାଣିବା ପାଇଁ ଏହା ଉପରେ ଅଧିକ ପରୀକ୍ଷଣର ଆବଶ୍ୟକତା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.