୨୦୧୮ରେ ଥିଲା ୪୨.୩ ପ୍ରତିଶତ, କିନ୍ତୁ ବର୍ତ୍ତମାନ ୭୬.୩ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କରୁଛନ୍ତି ଭରସା

Published By : Prameya-News7 Bureau | May 03, 2020 IST

ନୂଆଦିଲ୍ଲୀ ୦୩।୦୫: ସମଗ୍ର ଦେଶରେ କରାଯାଇଥିବା IANS- ସିଭୋଟରର ସର୍ବେକ୍ଷଣରେ ପ୍ରକାଶିତ ଫଳାଫଳ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଜନତାଙ୍କ ବିଶ୍ଵାସ ପୂର୍ବାପେକ୍ଷା ଅଧିକ ବଢିଛି। ଗତ ଦୁଇ ବର୍ଷରେ ତିନି ଚତୁର୍ଥାଂଶ ଅର୍ଥାତ ୭୬.୩ ପ୍ରତିଶତ ଲୋକ ମୋଦୀଙ୍କ ପ୍ରତି ବିଶ୍ଵାସ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ରେଟିଂ ଗତ ବର୍ଷ ୨୦୧୮ ତୂଳନାରେ ଅଧିକ ବଢିଛି। ଗତ ବର୍ଷ୫୮.୬ ପ୍ରତିଶତ ଜନତାଙ୍କ ମୋଦୀଙ୍କ ପ୍ରତି ନିଜର ଭରସା ପ୍ରକଟ୍ କରିଥିଲେ, ଯାହା ଚଳିତ ବର୍ଷ ଏଥିରେ ବୃଦ୍ଧି ଘଟିଛି।

ଏହି ଉଲ୍ଲେଖନୀୟ ରେଟିଂ ଠିକ୍ ସେହି ସମୟରେ ଆସିଛି ଯେବେ ଭାରତ କରୋନା ଭାଇରସ୍‌ ପରି ଘାତକ ମହାମାରୀ ସହ ନିରନ୍ତର ସଂଘର୍ଷ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଆଗରେ ରହି ଏହାର ନେତୃତ୍ଵ ନେଇଛନ୍ତି, ଯାହାର ପ୍ରଶଂସା ଦେଶ ସହିତ ପୂରା ଦୁନିଆ କରୁଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO)କରୋନା ଭାଇରସ୍ କାରଣରୁ ଦେଶବ୍ୟାପୀ ଲାଗୁ କରାଯାଇଥିବା ଲକ୍‌ଡାଉନ ନିଷ୍ପତ୍ତିକୁ ସ୍ଵାଗତ କରିଛି।

ଡବ୍ଲ୍ୟୁଏଚଓ କହିଥିଲା ଯେ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କୋଭିଡ୍-୧୯କୁ ରୋକିବା  ଲାଗି ସଠିକ୍ ସମୟରେ ଭାରତ ଦ୍ଵାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରୁଛି। ସଂପ୍ରତି ପରିଣାମ ବିଷୟରେ କିଛି କହିବା ତରବରିଆ  ହେବ। ମାତ୍ର ସାମାଜିକ ଦୂରତ୍ଵ ନିୟମ ଲାଗୁ, ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ କରିବା, ସଂକ୍ରମିତଙ୍କ ଯୁଦ୍ଧକାଳୀନ ଭିତ୍ତିରେ ଯାଞ୍ଚ କରିବା, ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଆଇସୋଲେସନରେ ରଖିବା ପରି ସାର୍ବଜନୀନ ସ୍ଵାସ୍ଥ୍ୟ ଉପାୟ କୋଭିଡ୍‌-୧୯କୁ ରୋକିବାରେ ବେଶ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଗତ ବର୍ଷ ୨୦୧୮ରେ ୪୨.୩ ପ୍ରତିଶତ ଲୋକ  ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ଉପରେ  ଭରସା କରିଥିଲେ। କିନ୍ତୁ ୨୦୨୦ରେ ୭୬.୩ ପ୍ରତିଶତ ଉତ୍ତରଦାତା ନିଜର ରାୟ ପ୍ରକାଶ  କରିଛନ୍ତି ଏବଂ ମୋଦୀଙ୍କ ନେତୃତ୍ଵ ଉପରେ ଭରସା ପ୍ରକଟ୍ କରିଛନ୍ତି। ୨୦୧୮ରେ ସଂପୂର୍ଣ୍ଣ ଭରସା କରୁନଥିବା ୧୬.୩ ପ୍ରତିଶତ  ଲୋକଙ୍କ ସଂଖ୍ୟା ହ୍ରାସ ପାଇଁ ଏବେ ମାତ୍ର ୬.୫ ପ୍ରତିଶତରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.