LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭାରତରେ ୬୫ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ଘଣ୍ଟାରେ ୭୫୮୨୯ ନୂଆ ସଂକ୍ରମିତ ଚିହ୍ନଟ

4/10/2020 at 10:21 AM

ନୂଆଦିଲ୍ଲୀ ୦୪।୧୦: ସାରାଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାମଧ୍ୟରେ ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୭୫,୮୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୪୦ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଦେଶରେ କରୋନାର ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା ୬୫ଲକ୍ଷ ପାର୍‌ ହୋଇଛି । ଦେଶରେ ବର୍ତ୍ତମାନ ମୋଟ ସଂକ୍ରମିତ ସଂଖ୍ୟା ୬୫,୪୯,୩୭୪ରେ ପହଞ୍ଚିଛି । ଏହା ମଧ୍ୟରୁ ୯,୩୭,୬୨୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୫,୦୯,୯୬୭ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ସେହିପରି ୧,୦୧,୭୮୨ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

ସେହିପରି ୩ ଅକ୍ଟୋବର ପର୍ଯ୍ୟନ୍ତ ଦେଶରେ ୭,୮୯,୯୨,୫୩୪ ସାମ୍ପୁଲ ପରୀକ୍ଷଣ ହୋଇସାରିଛି । ଏହାମଧ୍ୟରୁ ୧୧,୪୨,୧୩୧ ସାମ୍ପୁଲ ଶନିବାର ଦିନ ପରୀକ୍ଷଣ କରାଯାଇଛି । ଆଇସିଏମ୍‌ଆର୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

   Related Posts