ଲୋକସେବା ଭବନ ଆଗରେ ୭୫ ବର୍ଷୀୟ ବୃଦ୍ଧଙ୍କ ଆତ୍ମାହୁତି ଉଦ୍ୟମ, ଅଭିିଯୋଗ ଶୁଣୁନି ପୋଲିସ୍‌

Published By : Prameya-News7 Bureau | December 14, 2022 IST

ଭୁବନେଶ୍ୱର, ୧୪/୧୨: ଲୋକସେବା ଭବନ ଆଗରେ ଫିନାଇଲ ପିିଇ ଜଣେ ୭୫ ବର୍ଷୀୟ ବୃଦ୍ଧ ଆତ୍ମାହୁତି ଉଦ୍ୟମ କରିଛନ୍ତି । ବୃଦ୍ଧ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ରବୀନ୍ଦ୍ର ମୋହନ ଦାସ । ସେ କଳିଙ୍ଗ ବିହାରରେ ରହୁଛନ୍ତି । ତାଙ୍କର ଏକ ପାର୍ଲର ରହିଛି । ଯାହାପାଇଁ ସେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପାର୍ଲର କର୍ମୀ ଅଜୟ ବାରିକ, ରଂଜନ ବାରିକ ଓ ସତ୍ୟବ୍ରତ ମଲ୍ଲିକ ପ୍ରମୁଖ ତାଙ୍କର ଏହି ପାର୍ଲରକୁ ଜୋର୍ ଜବରଦସ୍ତ ନେବା ପାଇଁ ଚେଷ୍ଟା କରୁଛନ୍ତି ।

ଏନେଇ ତମାଣ୍ଡୋ ଥାନାରେ ସେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଉକ୍ତ ୩ ଜଣ ତାଙ୍କୁ ବାରମ୍ବାର ମରଣାନ୍ତକ ଆକ୍ରମଣ କରିବା ସହ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.