oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଯୋଗ ଦିବସ କାର୍ଯ୍ୟକ୍ରମରେ ୭୫ ସହରରେ ୭୫ ମନ୍ତ୍ରୀ ନେତା ହେବେ ସାମିଲ୍, କର୍ଣ୍ଣାଟକରେ ରହିବେ ପିଏମ ମୋଦୀ

19/06/2022 at 6:00 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ। ଏହି ସମୟରେ ଅନେକ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜୁନ ୨୧ରେ କର୍ଣ୍ଣାଟକର ମହୀଶୂରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। କରୋନା ମହାମାରୀ କାରଣରୁ ଦୁଇ ବର୍ଷ ହେବ ଯୋଗ କାର୍ଯ୍ୟକ୍ରମ ଆୟୋଜନ ହୋଇ ପାରିନଥିଲା। ଦୁଇ ବର୍ଷ ପରେ ପୁଣି ଥରେ ଆନନ୍ଦ ଉଲ୍ଲାସର ସହ କାର୍ଯ୍ୟକ୍ରମ ଆୟୋଜନ ହେବ। ପିଏମଓ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି।

ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ସୋମବାର ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ(ଆଇଆଇଏସସି)ରେ ସେଣ୍ଟର ଫର ବ୍ରେନ ରିସର୍ଚ୍ଚ(ସିବିଆର)ର ଉଦଘାଟନ କରିବେ। ବାଗଚୀ-ପାର୍ଥସାରଥୀ ମଲଟୀ-ସ୍ପେଶିଆଲିଟି ହସ୍ପିଟାଲର ଭିତ୍ତିରପ୍ରସ୍ତର ସ୍ଥାପନ କରିବେ। ଏହି ସମୟରେ ବେଙ୍ଗାଲୁରୁରେ ଡ. ବିଆର ଆମ୍ବେଦକର ସ୍କୁଲ ଅଫ ଇକୋନୋମିକ୍ସର ମଧ୍ୟ ଗସ୍ତ କରିବେ। ଏଠାରେ ବେସ ୟୁନିଭର୍ସିଟିର ନୂତନ ପରିସରର ଉଦଘାଟନ କରିବା ସହ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଏକ ପ୍ରତୀମାର ଅନାବରଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଅଷ୍ଟମ ଯୋଗ ଦିବସ ଅବସରରେ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ପ୍ୟାଲେସ ମଇଦାନରେ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେବେ। ପିଏମଓ କହିଛି, ସ୍ଵାଧୀନତାର ଅମୃତ ମହୋତ୍ସବ ଆଧାରରେ ଏହି କାର୍ଯ୍ୟକ୍ରମ ୭୫ କେନ୍ଦ୍ର ମନ୍ତ୍ରୀଙ୍କ ନେତୃତ୍ଵରେ ସମଗ୍ର ଦେଶର ୭୫ଟି ସ୍ଥାନରେ ଆୟୋଜିତ କରାଯିବ। ଏହା ବ୍ୟତୀତ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ, କର୍ପୋରେଟ୍ ଏବଂ ଅନ୍ୟ ନାଗରିକ ସମାଜ ସଂଗଠନ ଦ୍ଵାରା ମଧ୍ୟ ଯୋଗ ଶିବିର ଆୟୋଜିତ କରାଯିବ। ଏଥିରେ ଦେଶର କୋଟି କୋଟି ଲୋକେ ଅଂଶଗ୍ରହଣ କରିବେ।

ମହୀଶୂରରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ଜୁନ ୨୧ରେ ବିଦେଶରେ ଭାରତୀୟ ମିଶନଙ୍କ ଦ୍ଵାରା ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ସୋନୋଓ୍ଵାଲ କହିଛନ୍ତି, ପ୍ରସ୍ତାବିତ ଯୋଜନା ଆଧାରରେ ଏହି କାର୍ଯ୍ୟକ୍ରମର ଆରମ୍ଭ ଜାପାନର ସ୍ଥାନୀୟ ସମୟ ସକାଳ ୬ଟାରୁ ଆରମ୍ଭ ହେବ। ଏହାର ସମାପନ ନ୍ୟୁଜିଲାଣ୍ଡରେ ହେବ। ଏହି କାର୍ଯ୍ୟକ୍ରମରେ ୭୦ ଦେଶ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି।

   Related Posts