oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ବିହାର ବିଜେପି କାର୍ଯ୍ୟାଳୟରେ କରୋନା ବିସ୍ଫୋରଣ : ଦଳର ୭୫ ନେତା କରୋନା ପଜିଟିଭ୍

14/07/2020 at 12:33 PM

ପାଟଣା ୧୪/୦୭ : ବିହାର କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି | ବିହାର ବିଜେପିର ୭୫ ନେତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏଥିରେ ସଂଗଠନର ମହାମନ୍ତ୍ରୀ ନଗେନ୍ଦ୍ର ଜି, ପ୍ରଦେଶ ମହାମନ୍ତ୍ରୀ ଦୀନେଶ କୁମାର, ପ୍ରଦେଶ ଉପାଧ୍ୟକ୍ଷ ରାଜେଶ ବର୍ମା, ରାଧା ମୋହନ ଶର୍ମାଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ସାମିଲ ଅଛନ୍ତି | ବିହାରରେ ସମ୍ଭବତଃ ପ୍ରଥମଥର ରାଜନୀତି ମୈଦାନର ଏତେ ସଂଖ୍ୟକ ନେତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |

ବିହାରରେ ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାକୁ ଅଛି | ସେଥିପାଇଁ ଦଳର ନେତା ଲଗାତାର କାର୍ଯ୍ୟାଳୟରେ ବୈଠକ କରୁଛନ୍ତି | ବିଜେପିର ଏହି ବୈଠକ ପାଟଣା ସ୍ଥିତ ଦଳ କାର୍ଯ୍ୟାଳୟରେ ହୋଇଥାଏ | ଏହି ବୈଠକରେ ଦଳର ଅନେକ ନେତା ସାମିଲ ହୋଇଥିଲେ | ନିର୍ବାଚନ ପାଇଁ ଭରଚୁଆଲ ରାଲି କାର୍ଯ୍ୟକ୍ରମ ମଧ୍ୟ ହେଉଛି | ନେତାମାନେ ଗୋଟିଏ ସ୍ଥାନରେ ଏକଜୁଟ ହେବାଫଳରେ ହିଁ ବିଜେପି କାର୍ଯ୍ୟାଳୟରେ କରୋନା ବୋମା ବିସ୍ଫୋରଣ ହୋଇଥିବା ଆଶଙ୍କା କରାଯାଉଛି |

ବିହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ପାର କରିସାରିଛି | ପାଖାପାଖି ୧୫୦ରୁ ଅଧିକ ପ୍ରାଣ ହରାଇ ସାରିଛନ୍ତି | ସୋମବାର ଦିନ ୧୧୦୦ ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଥିଲା | ରାଜଧାନୀ ପାଟଣାରେ ସୋମବାର ଦିନ ସର୍ବାଧିକ ୨୨୮ ନୂଆ ମାମଲା ସାମ୍ନାକୁ ଆସିଥିଲା | ବିହାରରେ ପୁଣି ଲକଡାଉନ ଲାଗୁ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି | ବର୍ତ୍ତମାନ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଏତେ ସଂଖ୍ୟକ ପଜିଟିଭ ମାମଲା ସାମ୍ନାକୁ ଆସିବା ପରେ ସରକାରଙ୍କ ସମସ୍ତ ବିଭାଗର ଚିନ୍ତା ବଢିଯାଇଛି |

   Related Posts