ସୋଆ ଡିମ୍ଡ ଟୁ ବି ୟୁନିଭରସିଟିରେ ୭୩ତମ ସ୍ବାଧୀନତା ଦିବସ ପାଳିତ

Published By : Prameya-News7 Bureau | August 15, 2019 IST

ଭୁବନେଶ୍ବର ୧୫|୮: ସୋଆ ଡିମ୍ଡ ଟୁ ବି ୟୁନିଭରସିଟିରେ ଅନୁଷ୍ଠିତ ହୋଇଯାଇଛି ୭୩ ତମ ସ୍ବାଧୀନତା ଦିବସ । ସ୍ବାଧିନତା ଦିବସକୁ ନେଇ ସୋଆ ଡିମ୍ଡ ଟୁ ବି ୟୁନିଭରସିଟି ପକ୍ଷରୁ ସୋଆ ଷ୍ଟାଡିୟମରେ ପରେଡ ଅନୁଷ୍ଠିତ ହୋଇଥିଲା । ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଡ.ଅମିତ କୁମାର ବାର୍ନାର୍ଜୀ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ ।

ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ । ସେମାନଙ୍କର ସାମଗ୍ରିକ ବିକାଶ ହେବା ନିତ୍ୟାନ୍ତ ଜରୁରୀ । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଯୋଗାଇ ଦେଲେ ସେମାନେ ଦେଶ ଗଠନରେ ଗରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ସୋଆ ଡିମ୍ଡ ଟୁ ବି ୟୁନିଭରସିଟିରେ ଅନୁଷ୍ଠିତ ୭୩ ତମ ସ୍ବାଧିନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଡ.ଅମିତ କୁମାର ବାନାର୍ଜୀ ଏହା କହିଛନ୍ତି । ଏହି ଅବସରରେ ପ୍ରଫେସର ବାନାର୍ଜୀ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ ।

ସ୍ବାଧିନତା ଦିବସକୁ ନେଇ ସୋଆ ଡିମ୍ଡ ଟୁ ବି ୟୁନିଭରସିଟି ପକ୍ଷରୁ ସୋଆ ଷ୍ଟାଡିୟମରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଡ.ଅମିତ କୁମାର ବାନାର୍ଜୀ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସେ ସେହିପରି ସୋଆ ଅଧିନସ୍ଥ ଆଇଟିଆର କ୍ୟାମ୍ପସ ପରିସରରେ ମଧ୍ୟ ସ୍ବାଧିନତା ଦିବସ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମରେ ସୋଆ ଡିମ୍ଡ ଟୁ ବି ୟୁନିଭରସିଟି ଚିଫ କନସଲଟାଣ୍ଟ ତଥା ପରମାର ଭିସି ପ୍ରଫେସର ଆର.ପି ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।

ଆଜି ସ୍ବାଧିନତା ଦିବସ ଅବସରରେ ସୋଆ ଷ୍ଟାଡିୟମରେ ପ୍ରଥମଥର ପାଇଁ ଭିନ୍ନ ପରିବେଶ ଦେଖିବାକୁ ମିଳିଥିଲା । ବିଶ୍ବର ବିଭିନ୍ନ ଦେଶରୁ ଆସିଥିବା ଛାତ୍ରଛାତ୍ରୀ ସୋଆ ଷ୍ଟାଡିୟମରେ ଆୟୋଜିତ ସ୍ବାଧିନତା ପାଳନର ପ୍ରତ୍ୟକ୍ଷଦର୍ଶୀ ସାଜିଥିଲେ । ସିରିଆ, ନେପାଳ, ଉଗାଣ୍ଡା ଭଳି ଦେଶର ୪୦ ଛାତ୍ରଛାତ୍ରୀ ଦେଖିଥିଲେ । ଯେଉଁମାନେ ସୋଆ ଡିମ୍ଡ ଟୁ ବି ୟୁନିଭରସିଟିର ଛାତ୍ରଛାତ୍ରୀ । ସ୍ବାଧୀନତା ଦିବସରେ ଭାଗ ନେଇ ସେମାନେ ବହୁତ ଖୁସି ଥିବା କହିଛନ୍ତି । ଏହି ଅବସରରେ ସୋଆର ଛାତ୍ରଛାତ୍ରୀମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ ।

ସୋଆ ଡିମ୍ଡ ଟୁ ବି ୟୁନିଭରସିଟି ପକ୍ଷରୁ ଆୟୋଜିତ ପ୍ୟାରେଡ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ୧୨ ଟି ଟ୍ରୁପ ଭାଗ ନେଇଥିଲେ । ଏହି ଅବସରରେ ତିନୋଟି ସର୍ବଶ୍ରେଷ୍ଠ ଟ୍ରୁପ୍ କୁ ପୁରସ୍କୃତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.