scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟରେ ନିଯୁକ୍ତ ହେବେ ଆଉ ୭୨୭୬ ଡାକ୍ତର; ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

11/08/2023 at 9:52 PM

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତ ହେବେ ଆଉ ୭୨୭୬ ଡାକ୍ତର। ଏନେଇ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ କ୍ଲାସ୍-ଏ ପଦବୀରେ ୭୨୭୬ ଡାକ୍ତର ନିଯୁକ୍ତି ପାଇଁ ଜୁଲାଇ ୨୪ ତାରିଖରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡି ଓଡିଶା ଜନସେବା ଆୟୋଗ(ଓପିଏସ୍‌ସି)କୁ ଚିଠି ଲେଖିଥିଲେ। ଓପିଏସ୍‌ସି ଡାକ୍ତର ନିଯୁକ୍ତି ବୁଝିବ। ଏଣୁ ଆଜି(ଅଗଷ୍ଟ ୧୧)ରେ ଡାକ୍ତର ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି।

ରାଜ୍ୟରୁ ଡାକ୍ତର ଅଭାବ ଦୂର କରିବା ପାଇଁ ଓଡ଼ିଶା ମେଡିକାଲ ଆଣ୍ଡ ହେଲ୍‌ଥ ସର୍ଭିସେସ (ଓଏମଏଚସି) କ୍ୟାଡରରେ ୫ ହଜାର ନୂଆ ଡାକ୍ତର ପଦ ସୃଷ୍ଟି କରାଯାଇଛି। ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର (ଏଲଟିଏମଆରଓ) ପାହ୍ୟାରେ ଏହି ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯିବାର ରହିଛି ବୋଲି ସଚିବ ଚିଠି ଲେଖିଥିଲେ।

ଗତ ବର୍ଷ ନଭେମ୍ବର ମାସରେ ରାଜ୍ୟ ସରକାର ଏଲଟିଏମଆରଓ ପାହ୍ୟାରେ ୨ ହଜାର ନୂଆ ଡାକ୍ତର ପଦ ସୃଷ୍ଟି କରିଥିବା ବେଳେ ପୁଣି ୫ ହଜାର ହଜାର ସୃଷ୍ଟି କରାଯାଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ଏକ ଡାକ୍ତର ବଳକା ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଚଳିତ ବର୍ଷ ଜୁନ ୬ ତାରିଖରେ ମଧ୍ୟ ୧୨୦୫ ଡାକ୍ତରଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୂଚନା ଅନୁସାରେ,  ୨୦୨୨ରେ ୪ ହଜାର ୫୦୦ ଚିକିତ୍ସାଧିକାରୀ ନିଯୁକ୍ତି ପାଇଛନ୍ତି। ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଏମବିବିଏସ ପଦବୀ ପୂରଣ ହେବ। ୨୦୨୪ରୁ ଓଡ଼ିଶା ବଳକା ଡାକ୍ତର ରାଜ୍ୟ ଭାବେ ପରିଗଣିତ ହେବ। ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଉଛି। ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏହା ସକ୍ଷମ ହୋଇଛି। ଏଥିପାଇଁ ୨୨୫ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ ହେଉଛି।

   Related Posts