ବ୍ୟାଙ୍କ୍‌କୁ ଫେରିଲା ୭୨ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍, ସେପ୍ଟେମ୍ବର ୩୦ ଯାଏ ବଦଳି ସୁଯୋଗ

Published By : Prameya-News7 Bureau | June 25, 2023 IST

ନୂଆଦିଲ୍ଲୀ: ଭାରତରେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ନେଇ ଘୋଷଣା କରିବା ମାସକ ପରେ ପାଖାପାଖି ୭୨ ପ୍ରତିଶତ ନୋଟ୍‌ ଡିପୋଜିଟ୍ କିମ୍ବା ବଦଳି ଆକାରରେ ଭ୍ୟାଙ୍କ୍‌କୁ ଫେରିଛି। ଶନିବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯାହାର ମୂଲ୍ୟ ୨.୬୨ ଲକ୍ଷ କୋଟି ହେବ ବୋଲି ଆର୍‌ବିଆଇ କହିଛି।  

ଚଳିତ ବର୍ଷ ମେ ୧୯ ତାରିଖରେ ଆର୍‌ବିଆଇ ୨୦୦୦ ଟଙ୍କିଆ ପ୍ରଚଳନକୁ ପ୍ରତ୍ୟାହାର କରି ନେଇଥିଲା। ଯାହା ପାଖରେ ଟଙ୍କା ଥିବା ସେମାନେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହାକୁ ବ୍ୟାଙ୍କରେ ବଦଳାଇ ପାରିବେ ବୋଲି ଆର୍‌ବିଆଇ କହିଥିଲା।

{"width":838,"height":558}
RBI to withdraw Rs 2000 notes from circulation

ପଢ଼ନ୍ତୁ- ବିନା IDରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଦିଆନଯାଉ; RBI, SBI ବିରୋଧରେ ହାଇକୋର୍ଟ ଗଲେ ବିଜେପି ନେତା

ଟଙ୍କା ବଦଳାଇବା ବେଳେ ଗ୍ରାହକଙ୍କ ଯେପରି କିଛି ସମସ୍ୟା ନୁହେଁ, ସେଥିପାଇଁ ଧ୍ୟାନ ଦେବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି RBI ଗଭର୍ଣ୍ଣର । ନୋଟ୍ ବଦଳାଇବା ଲାଗି ବ୍ୟାଙ୍କରେ କୌଣସି ପରିଚୟ ପତ୍ର ଦେବାକୁ ପଡ଼ିବ ନାହିଁ । କୌଣସି ଫର୍ମ ମଧ୍ୟ ଭରିବାକୁ ପଡ଼ିନାହିଁ । ଜଣେ ବ୍ୟକ୍ତି  ଥରକେ ୧୦ଟି ନୋଟ୍ ବଦଳାଇ ପାରବେ ।

ଟଙ୍କା ବଦଳାଇବା ଗାଇଡଲାଇନ୍:୧- ଯେକୌଣସି ବ୍ୟାଙ୍କରେ ନୋଟ୍ ବଦଳ କରିପାରିବେ । ୨- ଷ୍ଟେଟବ୍ୟାଙ୍କ ସକ୍ୟୁଲାର ଅନୁଯାୟୀ, ନୋଟ୍ ବଦଳ ପାଇଁ କୌଣସି ଫର୍ମ କିମ୍ବା ପରିଚୟ ପତ୍ର ଦରକାର ପଡ଼ିବ ନାହିଁ । ୩ -ଥରକେ ୨୦ ହଜାର ଟଙ୍କା ବଦଳ କରିହେବ । ୪ – ଜଣେ ବ୍ୟକ୍ତି ବାରମ୍ବାର ଟଙ୍କା ବଦଳାଇ ପାରିବେ କିନ୍ତୁ ବ୍ୟାଙ୍କ କ୍ୟୁରେ ପଛକୁ ଯିବାକୁ ହେବ । ୫- ବ୍ୟାଙ୍କରେ ଆକାଉଣ୍ଟ ନଥିଲେ ବି ନୋଟ୍ ବଦଳ କରିପାରିବେ । ୬- ୩୦ ସେପ୍ଟେମ୍ବର ଡେଡଲାଇନ୍ ପରେ ମଧ୍ୟ ୨ହଜାର ଟଙ୍କା ଅଚଳ ହେବ ନାହିଁ।

Can Rs 2,000 notes be exchanged at post offices, NBFCs? Here's what we know  - BusinessToday

ପଢ଼ନ୍ତୁ-ଅଚଳ ନୁହେଁ ୨୦୦୦ ଟଙ୍କିଆ ନୋଟ୍, କେବଳ ଫେରାଇ ନିଆଯାଉଛି; କହିଲେ ଆରବିଆଇ ଗଭର୍ଣ୍ଣର

ନୋଟବନ୍ଦୀରେ ନଗଦ ଆବଶ୍ୟକତାକୁ ପୂରଣ କରିବାକୁ ପାଇଁ ଆରବିଆଇ ୨୦୦୦ ଟଙ୍କା ନୋଟ୍‌କୁ ବଜାରକୁ ଛାଡ଼ିଥିଲା । ହେଲେ ଏବେ କ୍ଲିନ୍ ନୋଟ୍ ପଲିସି’ ଆଧରରେ ନୋଟ୍‌କୁ ଫେରାଇ ନିଆଯାଉଛି । ଏହି ନୋଟ୍‌କୁ ଫେରାଇ ନେବା ନିଷ୍ପତ୍ତି ମୁଦ୍ରା ପ୍ରବନ୍ଧନର କ୍ଷମତା ଭିତରେ ଆସୁଛି । ତେଣୁ ଏହି ନୋଟ୍‌କୁ ଆରବିଆଇ ଫେରାଇ ନେଉଛି ।

{"width":840,"height":472}
You can exchange Rs 2,000 notes from May 23: Check all important FAQs -  India Today

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.