oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ମୁମ୍ବାଇର ୭୨% ମସଜିଦ କମାଇଲେ ଲାଉଡସ୍ପିକର ସାଉଣ୍ଡ, ରାଜ ଠାକରେଙ୍କ ଧମକର ପ୍ରଭାବ !

19/04/2022 at 9:57 PM

ମୁମ୍ବାଇ: ଲାଉଡସ୍ପିକରକୁ ନେଇ ଜାରି ବିବାଦ ମଧ୍ୟରେ ମୁମ୍ବାଇରେ ଥିବା ୭୨ ପ୍ରତିଶତ ମସଜିଦ ଅଜାନ ସମୟରେ ଲାଉଡସ୍ପିକର କମ କରିଛନ୍ତି। ଏପରିକି ଅନେକ ମସଜିଦ ସକାଳ ସମୟର ଅଜାନ ବେଳେ ଲାଉଡସ୍ପିକର ବ୍ୟବହାର ବନ୍ଦ କରି ଦେଇଛନ୍ତି। ମୁମ୍ବାଇ ପୋଲିସର ଏକ ସର୍ଭେରୁ ଏହା ଜଣା ପଡିଛି।

ମହାରାଷ୍ଟ୍ର ପୋଲିସର ଏହି ସର୍ଭେ ଏମିତି ସମୟରେ ଆସିଛି, ଯେଉଁ ସମୟରେ ଅଲ ଇଣ୍ଡିଆ ସୁନ୍ନି ଜମିୟତୁଲ ଉଲେମା ସଂଗଠନର ମୁମ୍ବାଇ ଶାଖା ମସଜିଦରେ ଲାଉଡସ୍ପିକରର ବ୍ୟବହାର ପାଇଁ ପୋଲିସଠୁ ଅନୁମତି ଲୋଡିଛନ୍ତି। ନମାଜ ସମୟରେ ଲାଉଡ୍ ସ୍ପିକର ବ୍ୟବହାର ବନ୍ଦ କରାଇବାକୁ ଅନେକ ଲୋକ ଚାପ ପକାଉଛନ୍ତି। ଆମକୁ ନମାଜ ବେଳେ ଅନ୍ତତଃ କମ ଶବ୍ଦରେ ଲାଉଡସ୍ପିକର ବ୍ୟବହାର କରିବାକୁ ଦିଆଯାଉ ବୋଲି ସଂଗଠନ କହିଛି। ଏଥିପାଇଁ ମୁମ୍ବାଇ ପୋଲିସର ଅନୁମତି ଲୋଡିଛି ସଂଗଠନ।

ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଚିଠି ଲେଖି ଏହି ମାମଲାରେ ଆବଶ୍ୟକ ଗାଇଡ୍‌ଲାଇନ୍ ଜାରି କରିବାକୁ ସଂଗଠନ ଅନୁରୋଧ କରିଛି। ଅଲ ଇଣ୍ଡିଆ ସୁନ୍ନି ଜମିୟତୁଲ ଉଲେମାର ରାଜ୍ୟ ୟୁନିଟର ସଭାପତି ମୋଇନୁଦ୍ଦୀନ ଅଶରଫ କହିଛନ୍ତି ମୁମ୍ବାଇର ମସଜିଦଗୁଡିକ ଲାଉଡସ୍ପିକରକୁ ନେଇ ସୁପ୍ରିମକୋର୍ଟଙ୍କ ଆଦେଶକୁ ପୂର୍ବରୁ ପାଳନ  କରି ଆସୁଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ନବ ନିର୍ମାଣ ସେନାର ପ୍ରମୁଖ ରାଜ ଠାକରେ ମସଜିଦରେ ନମାଜ ବେଳେ ଲାଉଡସ୍ପିକର ବନ୍ଦ କରିବାକୁ ଦାବି କରିଛନ୍ତି। ରାଜଠାକରେ  ଏପ୍ରିଲ ୨ରେ ଧମକ  ଦେଇଥିଲେ, ଯଦି ମହାରାଷ୍ଟ୍ର ସରକାର ମେ ୩ ପର୍ଯ୍ୟନ୍ତ ମସଜିଦରୁ ଲାଉଡସ୍ପିକର ହଟାଇବାରେ ବିଫଳ ହୁଅନ୍ତି ତେବେ ତାଙ୍କ ପାର୍ଟିର କାର୍ଯ୍ୟକର୍ତ୍ତା ନମାଜ ସମୟରେ ମସଜିଦ ସାମ୍ନାରେ ବଡ ବଡ ସ୍ପିକରରେ ହନୁମାନ ଚାଳିସା ଏବଂ ଭଜନ ବଜାଇବେ।

ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଦିଲୀପ ବାସଲେ ପାଟିଲ ଲାଉଡ୍ ସ୍ପିକର ବ୍ୟବହାକୁ ନେଇ କହିଥିଲେ, ପୋଲିସ ମହା ନିର୍ଦ୍ଦେଶକ ଏବଂ ମୁମ୍ବାଇ ପୋଲିସ କମିଶନର ମିଶି ସାର୍ବଜନୀନ ସ୍ଥାନରେ ଲାଉଡସ୍ପିକର ବ୍ୟବହାର ଉପରେ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରୁଛନ୍ତି। ଏହାକୁ ଶୀଘ୍ର ଜାରି କରାଯିବ।

   Related Posts