୨୦୨୦ କଲେଜ କ୍ୟାଲେଣ୍ଡରରେ ୭୨ଦିନ ଛୁଟି

Published By : Prameya-News7 Bureau | December 24, 2019 IST

ଭୁବନେଶ୍ବର ୨୪।୧୨:  ୨୦୨୦ରେ ୭୨ଦିନ କଲେଜ ଛୁଟି । ଆସନ୍ତା ଶିକ୍ଷାବର୍ଷ ଲାଗି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କଲେଜ ପାଇଁ ପ୍ରକାଶ ପାଇଥିବା ଛୁଟି ତାଲିକାରେ ଏହା ଦର୍ଶାଯାଇଛି । ପ୍ରକାଶ ପାଇଥିବା ତାଲିକା ଅନୁସାରେ ଚଳିତବର୍ଷ ୭୨ଟି ଛୁଟି ଦିବସ ରହିଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ, ସାହାଯ୍ୟପ୍ରାପ୍ତ ବ୍ଲକଗ୍ରାଣ୍ଡ, ସେଲ୍ଫ୍‌ ଫାଇନାନ୍ସିଂ ସ୍ବୟଶାସିତ ଡିଗ୍ରୀ କଲେଜକୁ ଛୁଟି ନେଇ ଅବଗତ କରାଯାଇଛି । ଏ ନେଇ କଲେଜ ଅଧକ୍ଷଙ୍କ ନିକଟକୁ ଚିଠି ପଠାଯାଇଛି । ଛୁଟିଦିବସ ପାଳନରେ ସମାନତା ଆଣିବା ପାଇଁ ଏକକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଥିବା ଚିଠିରେ ଦର୍ଶାଯାଇଛି । ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ମୋଟ୍ ୭୨ଟି ଛୁଟିଦିବସ ଭିତରେ ରହିଛି ଗ୍ରୀଷ୍ମାବକାଶ ପାଇଁ ୩୨ ଦିନ ଓ ୯ଦିନର ପୂଜାଛୁଟି । ତେବେ ଗ୍ରୀଷୁଛୁଟି ଭିତରୁ ୪ଟି ରବିବାର ଓ ପୂଜା ଛୁଟିରୁ ଗୋଟିଏ ରବିବାରକୁ ଏକକ ଛୁଟି ତାଲିକାରୁ ବାଦ୍ ଦିଆଯାଇଛି । ଏହାବ୍ୟତୀତ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଲେଜ ପକ୍ଷରୁ 'ଲୋକାଲ ହଲିଡେ' ନିଆଯାଇପାରିବ । ଏଥିପାଇଁ କଲେଜ କର୍ତ୍ତୃପଷ ଛୁଟି ଘୋଷଣା କରିପାରିବେ । ତେବେ ଏ ସଂକ୍ରାନ୍ତ ଛୁଟି ଘୋଷଣା ପୂର୍ବରୁ ଉଚ୍ଚଶିକ୍ଷା ବିଭାଗକୁ ଜଣାଇବାକୁ ପଡିବ । ଛୁଟି ଘୋଷଣାର ୭ଦିନ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ଓ ତଥା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଜଣାଇବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.